27.1 C
Bhubaneswar
Wednesday, May 7, 2025
Homeଦେଶ ବିଦେଶବିଳିବିଳେଇଲା ପାକିସ୍ତାନ : ଭାରତ ପାଇଁ ବନ୍ଦ କଲା ଆକାଶମାର୍ଗ

ବିଳିବିଳେଇଲା ପାକିସ୍ତାନ : ଭାରତ ପାଇଁ ବନ୍ଦ କଲା ଆକାଶମାର୍ଗ

ନୂଆଦିଲ୍ଲୀ: ପେହଲଗାମରେ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ । ଭାରତର ବଡବଡ ଆକ୍ସନ ପରେ ବିଳିବିଳେଇଲା ପାକିସ୍ତାନ । ଗତକାଲି ପାକିସ୍ତାନ ଉପରେ ଭାରତ କୂଟନୈତିକ ପ୍ରହାର କରିଥିବା ବେଳେ ଆଜି ପାକିସ୍ତାନ ତାର ଅସଲ ମୁଖା ଦେଖାଇଦେଲା ଆଉ ଆକାଶମାର୍ଗ ଭାରତ ପାଇଁ ବନ୍ଦ କଲା ପାକିସ୍ତାନ । ତେବେ ଆଜି ପାକ୍ ପ୍ରଧାନମନ୍ତ୍ରୀ ସରିଫ ସୁରକ୍ଷା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ଯେଉଁ ବୈଠକରେ ୩ ସେନାର ମୁଖ୍ୟ ସାମିଲ ଥିଲେ ଏବଂ ବୈଠକରେ ଭାରତ ପାଇଁ ଆକାଶମାର୍ଗ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ନଦୀ ଜଳ ବନ୍ଦ ଯୁଦ୍ଧ ବୋଲି ଧରାଯିବ କହି ପାକିସ୍ତାନ ଭାରତ ସହ ସମସ୍ତ ପ୍ରକାର କାରବାର ବନ୍ଦ କରିଛି । ଏଥିସହ ୱାଘା ସୀମା ମଧ୍ୟ ବନ୍ଦ କରିଛି ପାକିସ୍ତାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking