17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଜମ୍ମୁ ଏୟାରପୋର୍ଟରେ ହମଲା: ରକେଟ୍ ଦ୍ବାରା ଆକ୍ରମଣ କରିଛି ପାକିସ୍ତାନ

ଜମ୍ମୁ ଏୟାରପୋର୍ଟରେ ହମଲା: ରକେଟ୍ ଦ୍ବାରା ଆକ୍ରମଣ କରିଛି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ ଏୟାରପୋର୍ଟରେ ହମଲା। ରକେଟ୍ ଦ୍ବାରା ଆକ୍ରମଣ କରିଛି ପାକିସ୍ତାନ। ଏହାପରେ ଜମ୍ମୁ ଏୟାରପୋର୍ଟରେ ସାଇରନ୍ ବାଜିବା ସହ ଜମ୍ମୁକୁ ବ୍ଲାକ ଆଉଟ୍ କରାଯାଇଛି। ଏହାପରେ ଭାରତୀୟ ସେନା ବି କଡ଼ା ମୁକାବିଲା କରିଛି। S-400 ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏକାଧିକ ରକେଟକୁ ଅକାମୀ କରିଛି। ସେହିପରି ଆକାଶରେ ୮ଟି ମିସାଇଲକୁ ମାରି ଖସାଇ ଦେଇଛି ଭାରତ। ଜମ୍ମୁ ସହ ଅଖନୁରରେ ବି ବାଜୁଛି ସାଇରନ୍। ଭାରତର ଅପରେସନ୍ ସିନ୍ଦୁର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି।

ଅପରେସନ୍ ସିନ୍ଦୂରରେ ନିହତ ହୋଇଛନ୍ତି ପ୍ରାୟ ୨୦୦ ଆତଙ୍କବାଦୀ। କୋଟଲିରେ ସର୍ବାଧିକ ଶହେ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ବହାୱାଲପୁରରେ ୪୦, ମୁଜାଫରାବାଦ ମରିଛନ୍ତି ୨୮। ସେହିପରି ମୁରିଦକେରେ ୧୯ ଓ ଲିପାରେ ୧୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି କହିଥିଲେ ଅପରେସନ୍ ସିନ୍ଦୂରରେ ଶହେ ହାର୍ଡକୋର ଆତଙ୍କବାଦୀ ଓ ସେମାନଙ୍କର ସହଯୋଗୀ ନିହତ ହୋଇଛନ୍ତି। ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଲୋକେସନରେ ସେନା ଏୟାରଷ୍ଟ୍ରାଇକ କରିଥିଲା। ଏଥିରେ ଜୈସ-ଏ-ମହମ୍ମଦର ୪, ଲସ୍କର-ଏ-ତୋଇବାର ୩ ଓ ହିଜବୁଲ ମୁଜାହିଦ୍ଦିନର ୨ଟି ଠିକଣା ଛାରଖାର ହୋଇଛି। ବହାୱଲପୁରରେ ରହିଛି ଜୈସ-ଏ-ମହମ୍ମଦର ମୁଖ୍ୟାଳୟ। ମୁରିଦକେରେ ରହିଥିଲା ଲସ୍କର-ଏ-ତୋଇବାର ଆଡ୍ଡା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking