28.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶପାକିସ୍ତାନ ନିରାଶ; ବ୍ରିକ୍ସରେ ସାମିଲ ହେଲା ଇଣ୍ଡୋନେସିଆ

ପାକିସ୍ତାନ ନିରାଶ; ବ୍ରିକ୍ସରେ ସାମିଲ ହେଲା ଇଣ୍ଡୋନେସିଆ

ଜାକର୍ତ୍ତା: ପାକିସ୍ତାନକୁ ଏକ ଶକ୍ତ ଧକ୍କା ଲାଗିଛି। ବ୍ରିକ୍ସ ଗୋଷ୍ଠୀରେ ଇଣ୍ଡୋନେସିଆକୁ ସଦସ୍ୟ ରାଷ୍ଟ୍ର ଭାବେ ଗ୍ରହଣ କରାଯାଇଥିବା ବେଳେ ପାକିସ୍ତାନକୁ ବାଦ୍ ଦିଆଯାଇଛି। ସବୁଠୁ ବଡ଼କଥା ହେଉଛି ବ୍ରିକ୍ସରେ ସ୍ଥାନ ପାଇବା ପାଇଁ ପାକିସ୍ତାନ ଆବେଦନ କରିଥିବା ସତ୍ତ୍ୱେ ଇଣ୍ଡୋନେସିଆକୁ ସଦସ୍ୟତା ମିଳିଛି। ନିକଟରେ ବ୍ରିକ୍ସ ପକ୍ଷରୁ ନୂଆ ସଦସ୍ୟ ରାଷ୍ଟ୍ର ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ଏନେଇ ଆବେଦନ କରାଯାଇଥିଲା। ପାକିସ୍ତାନ ଚିନ୍ତା କରିଥିଲା ଏହି ଗୋଷ୍ଠୀ ଚୀନ୍ ରହିଥିବାରୁ ସହଜରେ ବ୍ରିକ୍ସ ସଦସ୍ୟତା ମିଳିଯିବ।

ଅନ୍ୟପକ୍ଷେ ଚୀନ୍‌ର ପାକିସ୍ତାନ ପ୍ରତି ସମର୍ଥନ ସତ୍ତ୍ୱେ ବ୍ରାଜିଲ୍ ବହୁମତ ଆଧାରରେ ପାକିସ୍ତାନର ଆବେଦନକୁ ଖାରଜ କରିଦେଇଛି ଏବଂ ଇଣ୍ଡୋନେସିଆକୁ ନୂଆ ସଦସ୍ୟ ରାଷ୍ଟ୍ର ରୂପେ ମାନ୍ୟତା ଦେଇଛି। ବ୍ରାଜିଲ୍ ତଥା ବ୍ରିକ୍ସ ଗୋଷ୍ଠୀର ଏପ୍ରକାର ନିଷ୍ପତ୍ତି ଉଭୟ ପାକିସ୍ତାନ ଏବଂ ଚୀନ୍ ପାଇଁ ଏକ ଅସହ୍ୟ ପରିସ୍ଥିତି ସୃଷ୍ଟି କରିଥିବା ଅନୁମାନ କରାଯାଉଛି। ପ୍ରକାଶ, ବିଶ୍ୱରେ ଇଣ୍ଡୋନେସିଆ ଏପରି ଏକ ରାଷ୍ଟ୍ର ଯେଉଁଠାରେ ସର୍ବାଧିକ ମୁସଲିମ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ୨୦୨୩ରୁ କମ୍ରାଗତ ଭାବରେ ବ୍ରିକ୍ସର ସଦସ୍ୟତା ହାସଲ କରିବାକୁ ଆବେଦନ କରୁଛି ପାକିସ୍ତାନ। କିନ୍ତୁ ସବୁଥର ଏହାର ଚେଷ୍ଟା ବିଫଳ ହୋଇସାରିଛି। ଏଥର ମଧ୍ୟ ପାକିସ୍ତାନ ଆଶା ରଖିଥିଲା ବ୍ରିକ୍ସ କମିଟି, ପାକିସ୍ତାନର ଆବେଦନକୁ ବିଚାର କରିବ ଏବଂ ବ୍ରିକ୍ସର ସଦସ୍ୟତା ପ୍ରଦାନ କରିବ। କିନ୍ତୁ ବ୍ରାଜିଲ୍ ଇଣ୍ଡୋନେସିଆରେ ନୂଆ ସରକାର ଗଠନ ପରେ ଏହାକୁ ବ୍ରିକ୍ସ ସଦସ୍ୟତା ଦେବା ସହିତ ସ୍ୱାଗତ ମଧ୍ୟ କରିଛି।

ବ୍ରାଜିଲ୍‌, ରୁଷ୍‌, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ଭଳି ରାଷ୍ଟ୍ରଙ୍କୁ ନେଇ ଏକ ଗୋଷ୍ଠୀ ଗଠନ କରାଯାଇଛି, ଯାହର ନାମ ସଦସ୍ୟ ରାଷ୍ଟ୍ରର ପ୍ରଥମ ଇଂରାଜୀ ଲେଟରକୁ ନେଇ ‘ବ୍ରିକ୍ସ’ ବୋଲି ବିବେଚନା କରାଯାଉଛି। ତେବେ ସମ୍ପ୍ରତି ବ୍ରିକ୍ସର ଅଧ୍ୟକ୍ଷ ରାଷ୍ଟ୍ର ଭାବେ ବ୍ରାଜିଲ୍ ରହିଛି। ପ୍ରକାଶ, ବ୍ରିକ୍ସରେ ସାମିଲ ହେବା ପାଇଁ କେବଳ ପାକିସ୍ତାନ ନୁହେଁ ବରଂ ଅନେକ ରାଷ୍ଟ୍ର ଚାହାଁନ୍ତି । ୨୦୦୯ରେ ବ୍ରାଜିଲ, ରୁଷ୍‌, ଭାରତ, ଚୀନ ମିଶି ବ୍ରିକ୍ସ କମିଟି ଗଠନ କରିଥିଲେ। ପରେ ୨୦୧୦ରେ ଏଥିରେ ଦକ୍ଷିଣ ଆଫ୍ରିକା ସାମିଲ ହୋଇଥିଲା। ସେହିପରି, ପୂର୍ବବର୍ଷ ବ୍ରିକ୍ସରେ ଗ୍ରୀସ, ଇରାନ, ଇଥୋପିଆ ସହ ୟୁଏଇ ମଧ୍ୟ ସାମିଲ ହୋଇଥିଲା। ସାଉଦି ଆରବକୁ ବ୍ରିକ୍ସରେ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ଏଯାଏଁ ବ୍ରିକ୍ସରେ ସାଉଦି ଆରବ ସାମିଲ ହୋଇପାରିନାହିଁ। ସେପଟେ ତୁର୍କୀ, ଆଜରବୈଜାନ୍ ଓ ମାଲେସିଆ ଔପଚାରିକା ଭାବେ ବ୍ରିକ୍ସରେ ସାମିଲ ହେବା ଲାଗି ଆବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking