26.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶସହିଦଙ୍କୁ ଆତଙ୍କୀ କହିଲା ପାକିସ୍ତାନ

ସହିଦଙ୍କୁ ଆତଙ୍କୀ କହିଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତର ଅନନ୍ୟ ସହିଦଙ୍କୁ ଆତଙ୍କବାଦୀ ବୋଲି କହିଲା ପାକିସ୍ତାନ । ତାଙ୍କ ଆତଙ୍କବାଦୀ ଓସାମା ବିନ୍ ଲ୍ୟାଡେନ ସହ ମଧ୍ୟ ତୁଳନା କରିଛି ପାକିସ୍ତାନ । ଏହାକୁ ନେଇ ଭାରତରେ ଦେଖାଦେଇଛି ଘୋର ଅସନ୍ତୋଷ । ଅଜବ ପାକିସ୍ତାନ । ତାହା ପାଇଁ ଆତଙ୍କବାଦୀ ହେଉଛନ୍ତି ସହିଦ ହେଲେ ସହିଦଙ୍କୁ କହୁଛି ଆତଙ୍କବାଦୀ । ପାକିସ୍ତାନର ପଞ୍ଜାବ ସରକାର ଲାହୋର ହାଇକୋର୍ଟରେ ସମାନ ଦାବି କରିଛନ୍ତି । ଓସାମା ବିନ୍ ଲାଡେନକୁ ସହିଦ କହିଥିବା ପାକିସ୍ତାନ ଭଗତ ସିଂହଙ୍କୁ ଅପମାନିତ କରିଛି । ସହିଦ ଭଗତ ସିଂହଙ୍କୁ ଫାଶୀ ଦିଆଯାଇଥିବା ଛକକୁ ସହିଦ ଭଗତ ସିଂହଙ୍କ ନାମରେ ନାମିତ କରିବାକୁ ଦାବି ହେଉଛି । ଲାହୋର ହାଇକୋର୍ଟରେ ଏକ ଶୁଣାଣି ହୋଇଥିଲା, ଯାହା ଉପରେ ପାକିସ୍ତାନର ପଞ୍ଜାବ ସରକାର ସତ୍ୟପାଠ ଦେଇ ଭଗତ ସିଂହଙ୍କୁ ଆତଙ୍କବାଦୀ ବୋଲି ବର୍ଣ୍ଣନା କରିଥିଲେ । ପାକିସ୍ତାନର ଏହି କାର‌୍ୟ୍ୟକୁ ନେଇ ଭାରତରେ କ୍ରୋଧ ପ୍ରକାଶ ପାଇବା ସହ ପାକିସ୍ତାନ କ୍ଷମା ପ୍ରାର୍ଥନା କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking