22.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଆଫଗାନିସ୍ତାନ ଉପରେ ପୁଣି ଆକ୍ରମଣ କଲା ପାକିସ୍ତାନ: ୧୦ ମୃତ

ଆଫଗାନିସ୍ତାନ ଉପରେ ପୁଣି ଆକ୍ରମଣ କଲା ପାକିସ୍ତାନ: ୧୦ ମୃତ

ଆଫଗାନିସ୍ତାନ: ପୁଣି ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କଲା ପାକିସ୍ତାନ। ସୋମବାର ବିଳମ୍ବିତ ରାତିରେ ଆଫଗାନିସ୍ତାରେ ପାକିସ୍ତାନ ଦ୍ୱାରା ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୯ ଜଣ ଶିଶୁଙ୍କ ସମେତ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୫ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏହି ଆକ୍ରମଣ ଖୋଷ୍ଟ ଏବଂ କୁନାର-ପାକତିକା ଭଳି ଅଞ୍ଚଳରେ କରାଯାଇଥିଲା। ସୂଚନାଯୋଗ୍ୟ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ କିଛି ମାସ ଧରି ଉତ୍ତେଜନା ଲାଗି ରହିଛି। ଚଳିତ ବର୍ଷ ଅକ୍ଟୋବରରେ ପାକିସ୍ତାନ ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ବିମାନ ଆକ୍ରମଣ କରିଥିଲା, ଯେଉଁଥିରେ ତିନି ଜଣ ଆଫଗାନିସ୍ତାନ କ୍ରିକେଟରଙ୍କ ମୃତ୍ୟୁ ହୋଇଥିଲା। ଆଫଗାନିସ୍ତାନ ଦାବି କରିଛି ଯେ ଏହି ଆକ୍ରମଣରେ ଶିଶୁ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ପାକିସ୍ତାନ କାବୁଲରେ ମଧ୍ୟ ବୋମା ପକାଇଥିଲା, ଯାହାର ପ୍ରତିଶୋଧ ଆଫଗାନିସ୍ତାନରୁ ନିଆଯାଇଥିଲା। ଦୁଇ ପକ୍ଷ ଯୁଦ୍ଧବିରତି ସମ୍ପର୍କରେ ଆଲୋଚନା କରିଛନ୍ତି, କିନ୍ତୁ ପାକିସ୍ତାନ ଅଟଳ ରହିଛି। ସୂଚନା ଅନୁସାରେ, ତେହରିକ୍-ଏ-ତାଲିବାନ ପାକିସ୍ତାନ ପାକିସ୍ତାନରେ ବାରମ୍ବାର ଆକ୍ରମଣ କରିଆସୁଛି। ପାକିସ୍ତାନ ବାରମ୍ବାର ଆଫଗାନିସ୍ତାନ ଉପରେ ଅଭିଯୋଗ ଆଣିଛି ଯେ ସେ ତା’ର ମାଟିରେ ତେହରିକ୍-ଏ-ତାଲିବାନ ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି। ତଥାପି, ଆଫଗାନିସ୍ତାନ ଏହି ଅଭିଯୋଗଗୁଡ଼ିକୁ ଲଗାତାର ଖଣ୍ଡନ କରିଆସିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking