27.1 C
Bhubaneswar
Sunday, February 22, 2026
Homeଅପରାଧତାଲିବାନ ଉପରେ ପାକିସ୍ତାନର ଆକ୍ରମଣ: ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

ତାଲିବାନ ଉପରେ ପାକିସ୍ତାନର ଆକ୍ରମଣ: ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ୪୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେତେକ ପ୍ରଶିକ୍ଷଣ ଶିବିର ନଷ୍ଟ ହୋଇଛି। ଆଫଗାନିସ୍ତାନର ପାକ୍‌ଟିକା ପ୍ରଦେଶର ବରମାଲ ଜିଲାର ପାର୍ବତ୍ୟ ଅଞ୍ଚଳରେ ଥିବା ତାଲିବାନ ଶିବିର ଉପରେ ମଙ୍ଗଳବାର ରାତିରେ ପାକିସ୍ତାନ ଏହି ଆକ୍ରମଣ କରିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାକିସ୍ତାନର ଆକ୍ରମଣରେ ମୁଗ ବଜାର ଗ୍ରାମ ପୋଡି ଯାଇଥିବାବେଳେ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ସମ୍ପତ୍ତିବାଡି ନଷ୍ଟ ହୋଇଛି। ତାଲିବାନ ଶିବିରି ଉପରେ ଆକ୍ରମଣ କରାଯିବା ସମ୍ପର୍କରେ ପାକିସ୍ତାନ ସେନା ପକ୍ଷରୁ କିଛି କୁହାଯାଇ ନାହିଁ। ମାତ୍ର ପାକିସ୍ତାନ ସେନା ସହିତ ଜଡିତ ସୁରକ୍ଷା ଏଜେନ୍ସି କହିଛି ଯେ ସୀମାନ୍ତ ଅଞ୍ଚଳର ତାଲିବାନ ଶିବିରକୁ ନିଶାଣ କରି ବିମାନ ଆକ୍ରମଣ କରାଯାଇଛି। ଖାମା ପ୍ରେସର ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୪ରେ ହୋଇଥିବା ଆକ୍ରମଣରେ ଆଫଗାନିସ୍ତାନର ୭ଟି ଗ୍ରାମ ନଷ୍ଟ ହୋଇଛି। ଏଥିରେ ଗୋଟିଏ ପରିବାର ୫ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସବିଶେଷ ତଥ୍ୟ ମିଳିନାହିଁ। ଏହି ଆକ୍ରମଣ ପାଇଁ ଆଫଗାନିସ୍ତାନର ତାଲିବାନ ସରକାର କାହାକୁ ଦାୟୀ କରି ନଥିବାବେଳେ ଏହାର ଦୃଢ ଜବାବ ଦିଆଯିବ ବୋଲି କୁହାଯାଇଛି। ଆଫଗାନିସ୍ତାନ ତାଲିବାନ ସରକାରର ପ୍ରତିରକ୍ଷା ମନ୍ତ୍ରଣାଳୟ ପାକଟିକାରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ସୁରକ୍ଷା ଦେବା ଲାଗି ତାଲିବାନ ସରକାର ପ୍ରତିଶ୍ରୁତିବଦ୍ଧ। ତେଣୁ ଆଫଗାନିସ୍ତାନ ଉପରେ ଯେଉଁ ଆକ୍ରମଣ ହୋଇଛି ତାର ଦୃଢ ଜବାବ ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking