27.1 C
Bhubaneswar
Thursday, May 29, 2025
Homeଦେଶ ବିଦେଶଗୁରୁଦ୍ୱାରକୁ ଧ୍ୱଂସ କଲେ ପାକ୍ ସେନା, ୪ ଶ୍ରଦ୍ଧାଳୁ ମୃତ

ଗୁରୁଦ୍ୱାରକୁ ଧ୍ୱଂସ କଲେ ପାକ୍ ସେନା, ୪ ଶ୍ରଦ୍ଧାଳୁ ମୃତ

ନୂଆଦିଲ୍ଲୀ: ଭାରତର ଅପରେସନ ‘ସିନ୍ଦୂର’କୁ ନେଇ ଛାନିଆ ପାକିସ୍ତାନ। ସାଧାରଣ ନାଗରିକ ଏବଂ ଗୁରୁଦ୍ୱାର ଉପରେ ପାକ ସେନାର ଲକ୍ଷ୍ୟଭେଦି ଆକ୍ରମଣ କରିଥିବା ସୂଚନା ମିଳିଛି। ଏଲଓସି ନିକଟରେ ଥିବା ଗୁରଦ୍ୱାର ଉପରେ ପାକିସ୍ତାନର ଆକ୍ରମଣ କରିବା ଫଳରେ କାଶ୍ମୀର ପୁଞ୍ଚରେ ଥିବା ଗୁରୁଦ୍ୱାରକୁ ଧ୍ୱଂସ ପାଇଥିବାବେଳେ ୪ଜଣ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ ସେନା ପକ୍ଷରୁ ରାତିରୁ ଗୁଳିଗୋଳା ବର୍ଷଣ ଜାରି ରଖାଯାଇଛି। ଏହି ଆକ୍ରମଣରେ ରଜୋରି, ପୁଞ୍ଚ ଓ ତଙ୍ଗଧରରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ବହୁ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ସେନାର ଗୁରୁଦ୍ୱାର ଉପରେ ଆକ୍ରମଣକୁ ଶିଖ ସମ୍ପ୍ରଦାୟ ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଛି। ଅପରପକ୍ଷରେ ପାକ ସେନାର ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking