ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମୋଦି ସରକାର ସୋମବାର ଦିନ ଭାରତରେ ପାକିସ୍ତାନ ଭିତ୍ତିକ ୟୁଟ୍ୟୁବ ଚ୍ୟାନେଲଗୁଡିକୁ ବ୍ୟାନ କରିଛନ୍ତି ା ଏକାଧିକ ୟୁଟୁବ ଚ୍ୟାନେଲକୁ ବ୍ୟାନ କରିଛନ୍ତି ଭାରତ ସରକାର । ଭାରତୀୟ ୟୁଟୁବ ୟୁଜର୍ସଙ୍କ ପାଇଁ ସୋଏବ ଅଖତର, ଆରଜୁ କାଜମୀ ଏବଂ ସୟଦ ମୁଜ୍ଜାମିଲ ଶାହଙ୍କ ଭଳି ପାକିସ୍ତାନୀ ଚ୍ୟାନେଲଗୁଡିକୁ ବ୍ୟାନ କରାଯାଇଛି । ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଇସଲାମିକ ଆତଙ୍କବାଦୀଙ୍କ ଗୁଳିରେ ମୋଟ ୨୬ ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ପୀଡିତଙ୍କ ମଧ୍ୟରୁ ୨୪ ଜଣ ଧର୍ମ ଅନୁସାରେ ହିନ୍ଦୁ ଥିଲେ। ସମସ୍ତ ଆତଙ୍କବାଦୀ ଧର୍ମ ଅନୁସାରେ ମୁସଲମାନ ଥିଲେ।










