ଭଦ୍ରକ : ସାମ୍ଭବ୍ୟ ବାତ୍ୟାରେ କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଛି ତ ଆଉ କେଉଁଠି ବିଦ୍ୟୁତ କାଟ । ଲୋକମାନେ ହନ୍ତସନ୍ତରେ ଚଳୁଛନ୍ତି । ତେବେ ବାତ୍ୟା ପାଇଁ ୩ ଦିନ ହେଲା ବନ୍ଦ ରହିଛି ବିଦ୍ୟୁତ ା ବିଦ୍ୟୁତର ଯୋଗାଯୋଗ ହୋଇପାରୁନାହିଁ । ଏନେଇ ସ୍ଥାନୀୟ ବାସୀ ଜେନେରେଟର ଚଳାଇ କରୁଛନ୍ତି ମୋବାଇଲ ଚାର୍ଜ ା ୨୦ ଟଙ୍କା ଦେଇ ମୋବାଇଲ ଚାର୍ଜ କରିବାକୁ ଲୋକଙ୍କ ଲମ୍ବା ଲାଇନ ଜମିଛି । ଏଭଳି ଚିତ୍ର ଭଦ୍ରକ ଜିଲ୍ଲା ବାସୁଦେବପୁରରୁ ଆସିଛି ।