ପୁରୀ: ଆରମ୍ଭ ହେଲା ଶ୍ରୀଜଗନ୍ନାଥଙ୍କ ପହଣ୍ଡି । ଭାଇ ଭଉଣୀଙ୍କ ପରେ ପ୍ରଭୁଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି । ତେବେ ଚାଲିଛି ତିନି ଠାକୁରଙ୍କର ଧଡ଼ିଯାତ୍ରା । ଘଣ୍ଟଘଣ୍ଟାରେ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ପୁରୀ ବଡଦାଣ୍ଡ । ଭକ୍ତଙ୍କ ଗହଳି ଜମିଛି । ନନ୍ଦୀଘୋଷରେ କାଳିଆ ସାଆଁନ୍ତଙ୍କ ପହଣ୍ଡି ବିଜେ ହୋଇଛି । ଆଗରେ ଅଛନ୍ତି ବଡ ଭାଇ ବଳଭଦ୍ର ମଝିରେ ଅଛନ୍ତି ଭଉଣୀ ସୁଭଦ୍ରା । ଦେବୀସୁଭଦ୍ରାଙ୍କ ପଛରେ ଝୁଲି ଝୁଲି ଆସୁଛନ୍ତି କାଳିଆ ଠାକୁର ।