ଜାମ୍ମୁ – କାଶ୍ମୀର: ପହଲଗାମ ଆକ୍ରମଣକୁ ନେଇ ଏନଆଇଏର ବଡ ଖୁଲାସା । ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ ୪ ଆତଙ୍କୀ । ଆତଙ୍କୀଙ୍କ ପରିଚୟ ନେଇ ବଡ ଖୁଲାସା କରିଛି ଏନଆଇଏ । ୪ ଆତଙ୍କବାଦୀଙ୍କ ମଧ୍ୟରୁ ୩ ପାକିସ୍ତାନୀ ଓ ଜଣେ ସ୍ଥାନୀୟ ଆତଙ୍କୀ । ଆକ୍ରମଣ ପାଇଁ ୨୦ରୁ ୨୨ ଘଣ୍ଟାର ଟ୍ରେକିଂ କରିଥିଲେ ୪ ଆତଙ୍କୀ । ପାହାଡିଆ ରାସ୍ତାରେ ୨୨ ଘଣ୍ଟା ଚାଲିଥିଲେ । ଚାଲି ଚାଲି ଆସି ପହଲଗାମରେ ପହଞ୍ଚିଥିଲେ । କୋକେରନାଗରୁ ବୋସରନ ଘାଟୀ ପର୍ଯ୍ୟନ୍ତ ଟ୍ରେକିଂ କରିଥିଲେ । ଆତଙ୍କୀ ବ୍ୟବହାର କରିଥିଲେ ଏକେ-୪୭, ଏମ-୪ ରାଇଫଲ ।










