34.1 C
Bhubaneswar
Saturday, February 28, 2026
Homeଓଡିଶାସାହିତ୍ୟ ସର୍ଜନାରେ ଜୀବନର ଗଭୀରତାକୁ ପ୍ରଦର୍ଶିତ କରିଛନ୍ତି ପଦ୍ମଭୂଷଣ ମନୋଜ ଦାସ

ସାହିତ୍ୟ ସର୍ଜନାରେ ଜୀବନର ଗଭୀରତାକୁ ପ୍ରଦର୍ଶିତ କରିଛନ୍ତି ପଦ୍ମଭୂଷଣ ମନୋଜ ଦାସ

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ମନୋଜ ଦାସ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ କଥାପୁରୁଷ ମନୋଜ ଦାସଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନରେ ଆୟୋଜିତ ହୋଇଥିବା ସ୍ମୃତି ସଭାରେ ସୁଖ୍ୟାତ ସମାଲୋଚକ ଓ କଥାକାର ଶ୍ରୀ ଆଦିକନ୍ଦ ସାହୁ, ବିଶିଷ୍ଟ କଥାକାର ଶ୍ରୀମତୀ ଯଶୋଧରା ମିଶ୍ର, ସାହିତ୍ୟିକ ଶ୍ରୀ ପବିତ୍ର ମୋହନ ଦାଶ, ମନୋଜ ଦାସ ସ୍ମୃତି ସଂସଦର ଅଧ୍ୟକ୍ଷ ଅଧ୍ୟାପକ ବିଶ୍ୱରଞ୍ଜନ, ସାଧାରଣ ସଂପାଦକ ଶ୍ରୀ ଗୌତମବୁଦ୍ଧ ଦାସ, କାର୍ଯ୍ୟ ନିର୍ବାହୀ ସଂପାଦକ ଶ୍ରୀ ସରୋଜ ବଳ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ରହି କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମନୋଜ ଦାସଙ୍କ ସ୍ମୃତିଚାରଣ କରିଥିଲେ।ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସାଧକ ଥିଲେ କଥାକାର ମନୋଜ ଦାସ। ମନୋଜ ଦାସଙ୍କ ସାରସ୍ୱତ ସାହିତ୍ୟ ସର୍ଜନା ଓଡ଼ିଆ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିଛି। କେବଳ ଓଡ଼ିଆ ନୁହେଁ ଇଂରାଜୀ ଭାଷାରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ମନୋଜ ଦାସ। ତାଙ୍କ ଗଳ୍ପ, ଉପନ୍ୟାସ, ପ୍ରବନ୍ଧରେ ମଣିଷ ମନର ସମ୍ବେଦନା, ସାମାଜିକ ବାସ୍ତବିକତା ଏବଂ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀର ଏକ ସୁନ୍ଦର ସମନ୍ୱୟ ଦେଖବାକୁ ମିଳିଥାଏ। ମନୋଜ ଦାସଙ୍କ ସାହିତ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ମନୋଜଙ୍କ ଆଦର୍ଶ, ଦର୍ଶନ ଓ ମୂଲ୍ୟବୋଧ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ସମସ୍ତ ଯୁବସ୍ରଷ୍ଟାମାନଙ୍କୁ ନିଶ୍ଚିତ ରୂପେ ପ୍ରେରିତ କରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।ଆଜିର କାର୍ଯ୍ୟକ୍ରମକୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking