14.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶରାଷ୍ଟ୍ରପତି ଭବନରେ ପଦ୍ମପୁରସ୍କାର ପ୍ରଦାନ ଉତ୍ସବ

ରାଷ୍ଟ୍ରପତି ଭବନରେ ପଦ୍ମପୁରସ୍କାର ପ୍ରଦାନ ଉତ୍ସବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ପଦ୍ମପୁରସ୍କାର ପ୍ରଦାନ ଉତ୍ସବ । ସାଧାରଣତନ୍ତ୍ର ଦିବସରେ ଘୋଷିତ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦାନ କରାଯିବ । ଉତ୍ସବରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିପରିଷଦ ସଦସ୍ୟ ଉପସ୍ଥିତ ଅଛନ୍ତି । ୧୯ଟି ବର୍ଗରେ ୧୩୯ ପଦ୍ମ ବିଜେତାଙ୍କୁ ପୁରସ୍କୃତ କରୁଛନ୍ତି ରାଷ୍ଟ୍ରପତି । ପଦ୍ମ ପୁରସ୍କାର ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଗୋଟିଏ ଏବଂ ଏହାକୁ ତିନୋଟି ବର୍ଗରେ ବର୍ଗୀକୃତ କରାଯାଇଛି। ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ। ଏହି ପୁରସ୍କାରଗୁଡ଼ିକ କଳା,  ସାର୍ବଜନୀନ ବ୍ୟାପାର, ବିଜ୍ଞାନ, ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଚିକିତ୍ସା, ସାହିତ୍ୟ, ଶିକ୍ଷା, କ୍ରୀଡା ଏବଂ ପ୍ରଶାସନିକ ସେବା ସମେତ ବିଭିନ୍ନ କ୍ଷେତ୍ରରେ ଅସାଧାରଣ ସଫଳତାକୁ ସ୍ୱୀକୃତି ଦିଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking