ଭୁବନେଶ୍ୱର: କାଲିଠାରୁ ସ୍ୱାଭାବିକ ହେବ ଧାନ ମଣ୍ଡିରୁ ଧାନ ଉଠାଣ । ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ । ଏନେଇ ସୂଚନା ଦେଇଛନ୍ତି ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ । ସୂଚନା ଦେଇ ସେ କହିଛନ୍ତି ଯେ ଯୋଗାଣ ନିଗମ, ଯୋଗାଣ ବିଭାଗ ଓ ମନ୍ତ୍ରୀଙ୍କୁ ଧନ୍ୟବାଦ । ୪ଟି ଦାବିରୁ ଗୋଟିଏ ଦାବି ମାନିଥିବାରୁ ଧନ୍ୟବାଦ । ୧୫ ଦିନ ଭିତରେ ସରକାର ଅନ୍ୟ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ୧୫ ଦିନ ଭିତରେ ଦାବି ପୂରଣ ନହେଲେ ବୈଠକ କରି ନିଷ୍ପତ୍ତି ନେବୁ । ଆମର ଆଶା ସରକାର ଦାବି ପୂରଣ କରିବେ । ୭ ଦିନ ଭିତରେ ବକେୟା ଟଙ୍କା ଦେବା ନେଇ ଚିଠି କରାଯାଇଛି । ଅନ୍ୟପଟେ ଆଜି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ ଯେ ମିଲର୍ସଙ୍କ କିଛି ଦାବିକୁ ମାନିଛନ୍ତି ସରକାର । ୧୯ଟି ଜିଲ୍ଲାରେ ଆଜି ସୁଦ୍ଧା ୩.୧୫ ଲକ୍ଷ ଚାଷୀଙ୍କଠୁ ଧାନ ସଂଗ୍ରହ ହୋଇଛି । ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ୧୩ ଲକ୍ଷ ୫୯ ହଜାର ୯୭୬ ମେଟ୍ରିକ ଟନ୍ ଧାନ ମିଲର୍ସ ଉଠାଇଛନ୍ତି । ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଇନପୁଟ ଆସିଷ୍ଟାଂଶ ଦିଆଯାଇଛି ।










