29.1 C
Bhubaneswar
Tuesday, January 21, 2025
Homeଦେଶ ବିଦେଶପୋଷା କୁୁକୁରର ମୃତ୍ୟୁ ପରେ ଚୁଟି କାଟିଲେ ମାଲିକ

ପୋଷା କୁୁକୁରର ମୃତ୍ୟୁ ପରେ ଚୁଟି କାଟିଲେ ମାଲିକ

ନୂଆଦିଲ୍ଲୀ : ପ୍ରାୟ ସମସ୍ତେ  ପରିବାର ସଦସ୍ୟଙ୍କ ପରି ପୋଷା କୁକୁରକୁ ଭଲ ପାଆନ୍ତି ।  ଏବଂ ଏହାକୁ ପରିବାରର  ଏକ ଅଂଶ ଭାବରେ ବିବେଚନା କରାଯାଏ ।  ଏଭଳି ଘଟଣା ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ  ଦେଖିବାକୁ  ମିଳିଛି ।   ଏଠାରେ  ଏକ ଗୃହପାଳିତ  ପଶୁ କୁକୁରର ମୃତ୍ୟୁ ହେବାରୁ ୧୩ ଦିନରେ  ଅନ୍ତିମ ସଂସ୍କାର ପାଇଁ ଭୋଜିର ଆୟୋଜନ କରିଥିଲେ । ୧୩   ଦିନରେ ଏକ ହଜାରରୁ  ଅଧିକ ଲୋକଙ୍କୁ   ଖାଦ୍ୟ ଖାଇବାକୁ ଦେଇଥିଲେ । ଜୀନ ନାଗର ଜଣେ ଯୁବକଙ୍କର  ଜର୍ମାନ ସେଫର  କୁକୁର  ହଠାତ ଅସୁସ୍ଥ ହୋଇପଡିଥିଲେ ।  ମାଲିକ ପ୍ରଥମେ କୁକୁରକୁ ସାରଙ୍ଗପୁରରେ ଚିକିତ୍ସା କରିଥିଲେ ।  ସେଠାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ    ନିଜ ପୋଷାକୁକୁର ସହିତ କାର ଯୋଗେ  ଭୋପାଳରେ ପହଞ୍ଚିଥିଲେ ।  ହେଲେ ପ୍ରାଣୀ ଚିକିତ୍ସାଳୟରେ କୁକୁରର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି ।  ଏହା ପରେ  ଜୀନ ନାଗର କୁକୁରକୁ ତାଙ୍କ ସୁଲତାନିଆ ଗ୍ରଆମକୁ ଆଣି ପୋତି ଦେଇଥିଲେ ।   କକୁରର ୧୩ ଦିନରେ  ଅନ୍ତିମ ସଂସ୍କାରର ଆୟୋଜନ କରିଥିଲେ ।  ଯେଉଁଥିରେ ଏକ ହଜାରରୁ ଅଧିକ ଲୋକ  ଅଂଶ ଗ୍ରହଣ କରିଥିଲେ ।  କେବଳ ଏତିକି ନୁହେଁ  , ଭୋଜି ପୂର୍ୱରୁ  ମୃତ୍ୟୁର ଦଶ ଦିନ ପରେ  ସେ ଉଜ୍ଜୟିନ୍ନୀର  ଶିପ୍ରା ନଦୀ କୂଳରେ  ଦଶକର୍ମା କରିବା ସମୟରେ   ମୁଣ୍ଡର କେଶ  କାଟିଥିଲେ । ସୂଚନା ଅନୁସାରେ    ସୁଲତାନିଆର ବାସିନ୍ଦା ଜୀନ ନାଗର ତାଙ୍କ ପରିବାରର ସଦସ୍ୟ ଭାବରେ ରହୁଥିବା ୨୦୧୮ ମସିହାରେ  ଭୋପାଳରୁ  ଜର୍ମାନ ସେଫର ପ୍ରଜାତିର  ଏହି କୁକୁରକୁ ଆଣିଥିଲେ ।  ଜାନୁଆରୀ ୧୦ରେ କୁକୁରଟି ଗୁରୁତର ଭାବରେ ଅସୁସ୍ଥ ଥିଲେ ।  ତାଙ୍କର ଯତ୍ନ ନେବା ପାଇଁ  ସମସ୍ତ ପ୍ରକାର ଉଦ୍ୟମ  କରାଯାଇଥିଲା ।  ହେଲେ କୁକୁରଟିର କୌଣସି ସୁଧାର ହୋଇନଥିଲା ।  ଫଳରେ କୁକୁରଟି ମରିଗଲା । କୁକୁର ପ୍ରତି ମାଲିକଙ୍କର ଗଭୀର ସ୍ନେହ ଥିଲା । ଏହି କାରଣରୁ  ଉଜୟିନ୍ନୀର ସିପ୍ରା ନଦୀ କୂଳରେ  ଦଶକାଯ୍ୟ କରିଥିଲେ । ଏହି କାଯ୍ୟକ୍ରମରେ  ଅଂଶ ଗ୍ରହଣ କରୁଥିବା ଲୋକମାନେ ଯୁବକଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି । ଏବଂ ଏହାକୁ  ଗୃହପାଳିତ ପଶୁମାନଙ୍କ ପ୍ରତି  ପ୍ରେମ ଏବଂ  ଦାୟିତ୍ୱବୋଧର  ଏକ ଅଦ୍ଭୁତ ଉଦାହରଣ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking