14.1 C
Bhubaneswar
Thursday, January 15, 2026
Homeଓଡିଶାପ୍ରବାସୀ ଭାରତୀୟ ଦେଖିବେ ଓଡ଼ିଶା କଳା ଓ ସଂସ୍କୃତିର ଝଲକ

ପ୍ରବାସୀ ଭାରତୀୟ ଦେଖିବେ ଓଡ଼ିଶା କଳା ଓ ସଂସ୍କୃତିର ଝଲକ

ଭୁବନେଶ୍ୱର : ଭୁବନେଶ୍ୱରରେ ଜମିବ ୭ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଭିଡ଼। ସେଥିପାଇଁ ସଜେଇ ହେଉଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର। ସବୁଠି ଦେଖିବାକୁ ମିଳିଛି ଓଡ଼ିଶା କଳା ଓ ସଂସ୍କୃତିର ଝଲକ। ଏହି ମହା ଆୟୋଜନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ। ଆତିଥେୟତାରେ ଓଡ଼ିଶା କିପରି ବିଶ୍ୱରେ ନାଁ କରିବ, ସେଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ରାଜ୍ୟ ସରକାର ମିଶି କରୁଛନ୍ତି ବଡ଼ ତୟାରି। ଭୁବନେଶ୍ୱର ଜନତା ମୈଦାନରେ ମଇଦାନରେ ୮ରୁ ୧୦ ଯାଏଁ ଚାଲିବ ପ୍ରବାସୀ ଭାରତୀୟ ଦିବସ। ଏହି ମେଗା ସମ୍ମିଳନୀରେ ୭୦ରୁ ଅଧିକ ଦେଶରୁ ପ୍ରାୟ ୭ ହଜାର ଭରତୀୟ ବଂଶୋଦ୍ଭବ ଓ ପ୍ରବାସୀ ଭାରତୀୟ ଯୋଗଦେବେ। ତେଣୁ ସେଠି ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ ଦେଖାଇବାକୁ ଓଡ଼ିଶା ସରକାର- ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ମିଳିତ ଭାବେ ଲାଗି ପଡ଼ିଛନ୍ତି। ଜାନୁଆରୀ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ଫ୍ଲାଗ୍‌ ଅଫ୍‌ କରିବେ। ସେଥିପାଇଁ ସୁରକ୍ଷା ଯାଞ୍ଚ ଜୋରଦାର ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking