17.1 C
Bhubaneswar
Wednesday, February 4, 2026
Homeଓଡିଶାନଦୀରେ ଫସି ରହିଛନ୍ତି ୩ରୁ ଊର୍ଦ୍ଧ୍ବ ହାତୀ

ନଦୀରେ ଫସି ରହିଛନ୍ତି ୩ରୁ ଊର୍ଦ୍ଧ୍ବ ହାତୀ

ଢେଙ୍କାନାଳ: ନଦୀରେ ଫସି ରହିଛନ୍ତି ୩ରୁ ଊର୍ଦ୍ଧ୍ବ। ହାତୀ ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ବନପାଳଙ୍କ ଅଧୀନ କାଲୁରିଆ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ୩ରୁ ଊର୍ଦ୍ଧ୍ବ ହାତୀ ଫସିରହି ଜଳକ୍ରୀଡ଼ା କରୁଛନ୍ତି। ସୂଚନା ଅନୁସାରେ, ରୁପାବଳିଆ ସଂରକ୍ଷିତ ଜଙ୍ଗଲରୁ ହାତୀ ଆଜି ଭୋର୍ ୩ ଟା ସମୟରେ ବ୍ରାହ୍ମଣୀ ନଦୀ ପାର ହୋଇ ଅପରପାର୍ଶ୍ବରେ ଥିବା ମାର୍ଥାପୁର ଅଞ୍ଚଳକୁ ଯାଉଥିବା ସମୟରେ ସକାଳ ହୋଇଯିବାରୁ ଦଳର ଦୁଇଟି ବଡ଼ ହାତୀ ଓ ଗୋଟିଏ ଛୁଆ ହାତୀ ଯାଇନପାରି ନଦୀର ମାର୍ଥାପୁର ପାର୍ଶ୍ୱରେ ଫସି ରହି ଜଳକ୍ରୀଡ଼ା କରୁଛନ୍ତି। ଯୋରନ୍ଦା ବନପାଳ ଗଙ୍ଗାଧର ସାହୁ କର୍ମଚାରୀଙ୍କ ସହିତ ଜଗି ରହିଛନ୍ତି। ନଦୀର ଉଭୟ ପାର୍ଶ୍ବରେ ଲୋକମାନେ ହାତୀଙ୍କ ଜଳକ୍ରୀଡ଼ା ଉପଭୋଗ କରୁଛନ୍ତି। ଅନେକ ଯୁବକ ଘଟଣା ସ୍ଥଳରୁ ଫଟୋ, ଭିଡିଓ ଉତ୍ତୋଳନ କରୁଛନ୍ତି। ବନବିଭାଗ ହାତୀଙ୍କୁ ବିରକ୍ତ ନ କରିବାକୁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି। ସନ୍ଧ୍ୟା ହେଲେ ହାତୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଚାଲିଯିବେ ବୋଲି ଫରେଷ୍ଟର ଶ୍ରୀ ସାହୁ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking