20.1 C
Bhubaneswar
Saturday, December 6, 2025
Homeଓଡିଶା୨୦୩୬ ମସିହା ପର୍ଯ୍ୟନ୍ତ ଆମର ଭିଜନ ଡକୁମେଣ୍ଟ "୩୬ ପାଇଁ ୩୬" ପ୍ରସ୍ତୁତ ଅଛି, ...

୨୦୩୬ ମସିହା ପର୍ଯ୍ୟନ୍ତ ଆମର ଭିଜନ ଡକୁମେଣ୍ଟ “୩୬ ପାଇଁ ୩୬” ପ୍ରସ୍ତୁତ ଅଛି, ସରକାର ସେଇ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ମଙ୍ଗଳାଘାଟ ଠାରେ ଆୟୋଜିତ ରାମ ଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତିଯେ ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ଯ୍ୟ ଓ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପଦ୍ମଵିଭୂଷଣ ଜଗତ ଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜ ଅଧ୍ୟକ୍ଷତା କରି ଏହି ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ। ସୂଚନା ଯୋଗ୍ୟଯେ ରାଘବ ପରିବାର ଟ୍ରଷ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେଯେ, ଏହି ପାଟଣା ଗ୍ରାମରେ ଭଗବାନ ଶ୍ରୀରାମ ଚରିତ ମାନସ ଭବ୍ୟ ମନ୍ଦିର ହେବା ଏକ ସୌଭାଗ୍ୟର ବିଷୟ ଏବଂ ଏହି ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରିବାକୁ ଜଗତ ଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜଙ୍କ ଆଗମନ ଆମ ପାଇଁ ଆଶୀର୍ବାଦ। ଏଠାରେ ରାମ ଚରିତ ମାନସ ମନ୍ଦିର ପ୍ରତିଷ୍ଠା ହିନ୍ଦୁ ପରମ୍ପରାର ଏକ ଅନନ୍ୟ ନିଦର୍ଶନ।

ଆଗାମୀ ୧୦ ବର୍ଷ ଅର୍ଥାତ ୨୦୩୬ ମସିହା ପର୍ଯ୍ୟନ୍ତ ଆମର ଭିଜନ ଡକୁମେଣ୍ଟ “୩୬ ପାଇଁ ୩୬” ପ୍ରସ୍ତୁତ ଅଛି ଏବଂ ସରକାର ସେଇ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଜୀଙ୍କର ସମାଜର ୪ଟି ବର୍ଗ- ଅନ୍ନଦାତା, ଗରିବ, ମହିଳା ଓ ଯୁବାଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ସମସ୍ତ ଯୋଜନାକୁ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ସେ ପୁଣି କହିଥିଲେଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଭାବରେ ଏବଂ ୨୦୪୭ରେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ବିକଶିତ ଭାରତକୁ ସାକାର କରିବ। ରାଜ୍ୟରେ ସମସ୍ତ ଜନହିତକର ଯୋଜନା ଲୋକଙ୍କ ପର୍ଯ୍ୟନ୍ତ ପହଁଚୁଛି ଏବଂ ଓଡ଼ିଶା ବିକାଶର ଶିଖର ଛୁଇଁବ।ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ସେହି ସ୍ଥାନରେ ଏକ ନିମ୍ବ ଗଛ ଲଗାଇଥିଲେ ଏବଂ ଭୂମି ପୂଜନ ଯଜ୍ଞରେ ନିର୍ମାଣ ପ୍ରସ୍ତରର ଶୁଭ ଦେଇଥିଲେ।ଏହି ଅବସରରେ ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking