ଭୁବନେଶ୍ୱର: ଆମ ବିଧାୟକ ଆମ ସହ ରହିଛନ୍ତି, ସେମାନେ କିଣାବିକା ପାର୍ଟି । ଏଭଳି କିଛି କହିଛନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଅନେକ ବିଧାୟକ ଦୂର ଦୂରାନ୍ତରରୁ ଆସୁଥିବାରୁ ହ୍ୱିପ ଜାରି ହୋଇଛି ।ଅନ୍ୟପଟେ ଅଶ୍ୱିନୀ ପାତ୍ର କହିଛନ୍ତି, ବିଜେଡିରେ କ୍ରସ ଭୋଟିଂ ହେବାର ସମ୍ଭାବନା ନାହିଁ । ୧୬ ତାରିଖ ଯାଏଁ ଭୁବନେଶ୍ୱର ନ ଛାଡିବାକୁ ନିର୍ଦ୍ଦେଶ ରହିଛି । ମୋଖିକ ଭାବେ ଦଳର ମୁଖ୍ୟ ସଚେତକ ଆମକୁ କହିଛନ୍ତି, ଅଶ୍ୱିନୀ ପାତ୍ର ଆହୁରି କହିଛନ୍ତି, ରବି ଜେନାଙ୍କ ଶୂନ୍ୟସ୍ଥାନ ପୂରଣ କରିବେ ଦଳପତି ।










