31.1 C
Bhubaneswar
Friday, February 13, 2026
Homeଓଡିଶାମହିଳା ମାନଙ୍କୁ ସ୍ୱାବଲମ୍ବୀ କରି ସମୃଦ୍ଧ ଓଡିଶା ଗଢିବା ଆମ ସରକାରଙ୍କ ଉଦ୍ଦେଶ୍ୟ : ମୁଖ୍ୟମନ୍ତ୍ରୀ

ମହିଳା ମାନଙ୍କୁ ସ୍ୱାବଲମ୍ବୀ କରି ସମୃଦ୍ଧ ଓଡିଶା ଗଢିବା ଆମ ସରକାରଙ୍କ ଉଦ୍ଦେଶ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ମହିଳାଙ୍କର ଆର୍ଥିକ ଅଭିବୃଦ୍ଧି କରାଇବା ଲକ୍ଷ୍ୟ ନେଇ “ଲକ୍ଷପତି ଦିଦି ଯୋଜନା” କାର୍ଯ୍ୟକାରୀ ନିମନ୍ତେ ଗତକାଲି ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିବୃତ୍ତି ଦେବାପରେ, ଆଜି ମଧ୍ୟାହ୍ନରେ ରାଜ୍ୟର ୩୦ ଟି ଜିଲ୍ଲାର ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ମହିଳାଙ୍କୁ ନିଜ ଭଉଣୀ ଭାବେ ସମ୍ବୋଧନ କରିବା ସହିତ ରାଜ୍ୟ ସରକାର ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ “ଲକ୍ଷପତି ଦିଦି” ସୃଷ୍ଟି କରିବାପାଇଁ ଲକ୍ଷ୍ୟ ରଖିଛନ୍ତି ଏବଂ ସମସ୍ତେ ନିଜେ ଲକ୍ଷ ପତି ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଲକ୍ଷ ପତି ହେବା ପାଇଁ ସାହାଯ୍ୟ କରନ୍ତୁ ବୋଲି କହିଥିଲେ। ସେ ଆହୁରି କହିଥିଲେ ଲକ୍ଷ୍ୟପତି ଦିଦି ଯୋଜନା ହେଉଛି ଆମ ପ୍ରଧାନମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ସ୍ୱପ୍ନ। ଆପଣ ସମସ୍ତଙ୍କ ଉଦ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏହି ଲକ୍ଷ୍ୟ ପୂରଣ ହେବ। ସୁଭଦ୍ରା ଯୋଜନାରେ ମିଳୁଥିବା ସହାୟତା ରାଶିକୁ ବିଭିନ୍ନ ବ୍ୟବସାୟରେ ବିନିଯୋଗ କରି ଘରର ରୋଜଗାର ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଗଣମାଧ୍ୟମକୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଗତ ସରକାର ମହିଳା ସଶକ୍ତିକରଣ ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ନିଯୁକ୍ତ କରିଥିଲେ। କେବଳ ନିଯୁକ୍ତି ଦେଇଦେଲେ ତ ହବନି, ସେମାନଙ୍କ ପାରିଶ୍ରମିକ ମଧ୍ୟ ସେମାନଙ୍କୁ ଦେବା ଦରକାର ଥିଲା। ଗତ ସରକାର ସେମାନଙ୍କୁ ଅଣଦେଖା କରିଥିଲେ ଏବଂ ଗତ ୧୦ ମାସ ହେଲାଣି ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫ ପାରିଶ୍ରମିକ ପାଇ ନାହାନ୍ତି । ଆମ ସରକାର କ୍ଷମତାକୁ ଆସିବା ପରେ, ଏହାକୁ ଗୁରୁତ୍ୱର ସହ ନେଇ ସେମାନଙ୍କ ବକେୟା ପାରିଶ୍ରମିକ ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମହିଳାଙ୍କୁ ଲକ୍ଷପତି ବନାଇବାକୁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ଆମେ ନିଶ୍ଚୟ ସଫଳ କରିବା।

ଗତକାଲି, ଓଡ଼ିଶାରେ “ଲକ୍ଷପତି ଦିଦି ସହାୟତା ଯୋଜନା” ଲାଗୁ ହେବ ବୋଲି ଘୋଷଣା ହୋଇଛି। ଏହି ଯୋଜନାରେ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସାମିଲ କରାଯିବ। ସେମାନଙ୍କ ବକେୟା ପାରିଶ୍ରମିକ ସହ ନିୟମିତ ପାରିଶ୍ରମିକ ପ୍ରଦାନ କରାଯିବ ଏବଂ GPLF ମାନଙ୍କୁ ସୁଦୃଢ କରାଯିବ । ଲକ୍ଷପତି ଦିଦି ସହାୟତା ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା GPLF ଗୁଡିକ ସୁଦୃଢ ହେବେ । ପୂର୍ବରୁ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି ବର୍ତ୍ତମାନ ଏହି ଯୋଜନା ମାଧ୍ୟମରେ ମହିଳା ମାନେ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବା ସହ ସମୃଦ୍ଧ ମଧ୍ୟ ହେବେ ।

“ଲକ୍ଷପତି ଦିଦି ଯୋଜନା” ମାଧ୍ୟମରେ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ ଏବଂ ଏଥିପାଇଁ GPLF ମାନଙ୍କୁ ଅନୁଦାନ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନା ଯୋଗ୍ୟଯେ ୬୨ ହଜାରରୁ ଉର୍ଦ୍ଧ୍ଵ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫ, ଏହା ମାଧ୍ୟମରେ ଉପକୃତ ହେବେ। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସହିତ ବିଭାଗୀୟ ସଚିବ ଏବଂ ଓଡିଶା ଜୀବିକା ମିଶନ ନିର୍ଦ୍ଦେଶିକା ମଧ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking