ପିପିଲି: ଅଧାରେ ରହିଗଲା ଜଗା ଦର୍ଶନ । ମହିଳାଙ୍କ ଉପରେ ଚଢିଗଲା ଓଏସଆରଟିସି ବସ୍ । ଓଏସଆରଟିସି ବସ୍ ଚଢିଯିବାରୁ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ପିପିଲି ଏନଏନର ଓଭର ବ୍ରିଜ ନିକଟରେ ଦୁର୍ଘଟଣାଟି ଘଟିଛି । ତରାକାଜ ନିକଟରେ ୩ ଯୁବତୀଙ୍କ ଉପରେ ଚଢିଗଲା ଓଏସଆରଟିସି ବସ । ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଆଉ ଏକ ସ୍କୁଟି ସାଇଡ ମାରିବାରୁ ତଳେ ପଡି ଯାଇଥିଲେ ୩ ଯୁବତୀ । ତଳେ ପଡିଯାଇଥିବା ୩ ଯୁବତୀଙ୍କ ଉପରେ ଚଢିଗଲା ଓଏସଆରଟିସି ବସ । ମୃତକମାନେ ଭୁବନେଶ୍ୱର ଓ କେନ୍ଦ୍ରପଡାର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି ।