26.1 C
Bhubaneswar
Tuesday, March 24, 2026
Homeଓଡିଶା‘ଆମ ବସ୍‌’ ପୁଣି ଚାପିଦେଲା

‘ଆମ ବସ୍‌’ ପୁଣି ଚାପିଦେଲା

ଭୁବନେଶ୍ବର: ଜନସାଧାରଣଙ୍କ ସୁବିଧାରେ ଯାତାୟାତ ପାଇଁ ରାଜ୍ୟ ସରକାର ‘ଆମ ବସ୍‌’ ସେବା ଜାରି ରଖିଛନ୍ତି। ଏହି ସେବା ଲୋକଙ୍କ ପାଇଁ ଯେତିକି ସୁବିଧା କରୁଛି, ତାଠାରୁ ଅଧିକ ଅସୁବିଧା ମଧ୍ୟ ସୃଷ୍ଟି କରୁଛି। ଅନେକ ଯାତ୍ରୀ ‘ଆମ ବସ୍‌’ରେ ଯାତ୍ରାକୁ ସୁରକ୍ଷିତ ମନେ କରୁନଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ଏଥି ପ୍ରତି ସତର୍କ ରହିବାକୁ ପଡୁଛି। ଆମ ବସ୍‌ କେତେବେଳେ ପଛଆଡୁ ଆସି ଚାପି ଦେବ, ତାହା କହିହେବ ନାହିଁ। କାରଣ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଏଭଳି ୨ଟି ଅଘଟଣ ଘଟିଛି। ଗତକାଲି ବାଲିଅନ୍ତା ଅଞ୍ଚଳରେ ଆମ ବସ୍‌ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଟାଉନ ଥାନା ଅଞ୍ଚଳରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ଶିଶୁର ପରିଚୟ ମିଳିପାରି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking