ଭୁବନେଶ୍ୱର: ଆଜି ସ୍ଥାନୀୟ ଖଣ୍ଡଗିରୀ ପାନ୍ଥୀକାଠାରେ ଐର ଖାରବେଳ ମହୋତ୍ସବ କମିଟି ଏବଂ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅନୁଚିନ୍ତନମର ମିଳିତ ଆନୁକୁଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ସମସ୍ତ ସାମ୍ବାଦିକ ମାନଙ୍କୁ ସ୍ଵାଗତ କରିବା ସହ ସୂଚନା ଦେଇଥିଲେ ଯେ ଏ ବର୍ଷ ଆନ୍ତରଜାତୀୟ ଐର ଖାରବେଳ ମହୋତ୍ସବ ଏଇ ମାସ ୨୯ ,୩୦ ଏବଂ ୩୧ ତାରିଖରେ ତିନି ଦିନ ବ୍ୟାପୀ ଖଣ୍ଡଗିରୀ ସ୍ଥିତ ପାନ୍ଥୀକା ଠାରେ ଅନୁଷ୍ଠିତ ହେବ । ଓଡିଶା ଗୌରବାବହ ଇତିହାସ ସହ ଉତ୍ତର ପିଢୀକୁ ଯୋଡି ଉତ୍କଳୀୟ ସାଂସ୍କୃତିକ ମାନଚିତ୍ରକୁ ସୁଦୃଢ କରାଇବା ଏହାର ମୂଳ ଲକ୍ଷ ବୋଲି କହିଥିଲେ । ଅଶ୍ଳୀଳ ପରମ୍ପରା ବିରୁଦ୍ଧରେ ଲଢି ଓଡିଶା ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ଆମର ଉଦେଶ୍ୟ ବୋଲି କହିଥିଲେ । ଏଥିରେ ଦେଶ ଓ ବିଦେଶର ବହୁ ସୁନାମ ଧନ୍ୟ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି , ଏଥିରେ ମଣିପୁରର ମଣିପୁରୀ , ବରେଲୀର କଥକ, ମାଇମ ଆର୍ଟ, ଓଡ଼ିଶୀ, ଲୋକ ନୃତ୍ୟ ସମର କଳା ଇତ୍ୟାଦି ପଦର୍ଶିତ ହେବ । ଆନ୍ତର୍ଜାତୀୟ ନୃତ୍ୟ ଗବେଷକ ତଥା ଅନୁଚିନ୍ତନମର ପ୍ରତିଷ୍ଠାତା ଡାଃ ଶ୍ରୀନିବାସ ଘଟୁଆରି କାର୍ଯ୍ୟକ୍ରମ ସମଦ୍ଧରେ ବିଶେଷ ସୂଚନା ଦେବା ସହ ଗଣ ମାଧ୍ୟମରେ ସହଯୋଗ ଲୋଡିଥିଲେ ଏହି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ଶେଷରେ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଦେଇ ଏହି ସମ୍ମିଳନୀ ସାଙ୍ଗ କରଯାଇଥିଲା । ଏହା ପୂର୍ବରୁ ମହୋତ୍ସବ ର ପୋଷ୍ଟର ମଧ୍ୟ ଉନମୋଚନ କରଯାଇଥିଲା । ଆଜି ଏହି ସାମ୍ବାଦିକ ସମ୍ମିଳନୀ ରେ ସ୍ଥାନୀୟ ନେତୃତ୍ଵ ହିମାଂଶୁ ଛୋଟରାୟ,ରାମଚନ୍ଦ୍ର ରଣସିଂ, ଇଦିସ୍ ଭୁଇଆ,ସୁରେନ ଛୁଆଳସିଂ, ଜିତୁ ପଟ୍ଟନାୟକ, ସୁନିଲ ପ୍ରଧାନ, ମନୋଜ ପଶ୍ଚିମକବାଟ, ମନୋଜ ପାତ୍ର, ସୁମିତ୍ରା ଆଚାର୍ଯ୍ୟ, ଆରତୀ ଭୂଇଆ, ବିଶ୍ଵନାଥ ସେଠୀ,ରଜନୀ ବାଳା ଦାସ, ଗଦାଧର ପାତ୍ର, ସନ୍ତୋଷ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।










