ଭୁବନେଶ୍ୱର: ଆଜି ଓଟିଇଟି ପରୀକ୍ଷା । 452 ଟି ପରୀକ୍ଷା କେନ୍ଦ୍ରରେ ଦେଢ଼ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଦୁଇଟି ସିଟିଂ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ 9 ରୁ ସାଢେ 11 ଟା ପର୍ଯ୍ୟନ୍ତ ଚାଲିବ । ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ସାଢେ ଗୋଟାଏରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ସମୟ ରେ ସାମାନ୍ୟ ପରିବର୍ତ୍ତନ କରିଛି ବୋର୍ଡ । ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ 2 ଟାରୁ ଆରମ୍ଭ ହୋଇ ଅପରାହ୍ନ 4.30 ରେ ଶେଷ ହୋଇଥାନ୍ତା । ଯାହାକି ପରିବର୍ତ୍ତନ କରାଯାଇ ଅପରାହ୍ନ 1.30 ରୁ ଅପରାହ୍ନ 4 ଟା ସମୟ ଧର୍ଯ୍ୟ କରାଯାଇଛି । ଏନେଇ ବୋର୍ଡ ପକ୍ଷରୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ତେବେ ସମସ୍ତ କେନ୍ଦ୍ର ରେ ପ୍ରଶ୍ନ ପତ୍ର ସୁରକ୍ଷିତ ଭାବରେ ପହଞ୍ଚି ସାରିଛି ।









