25.1 C
Bhubaneswar
Saturday, February 14, 2026
Homeଓଡିଶାପ୍ରତିଦିନ ଆଳୁ ଖାଉଥିଲେ ଜାଣିରଖନ୍ତୁ ଏହି ଜରୁରୀ କଥା..

ପ୍ରତିଦିନ ଆଳୁ ଖାଉଥିଲେ ଜାଣିରଖନ୍ତୁ ଏହି ଜରୁରୀ କଥା..

ଭୁବନେଶ୍ୱର : ରୋଷେଇ ଘରେ ସବୁଠୁ ଜରୁରୀ ପରିବା ଆଳୁ । ଆଳୁ ବିନା ତରକାରୀ ସ୍ବାଦ ଭଲ ଲାଗେନା । ଭେଜ୍ ହେଉକି ନନଭେଜ୍, ଘରେ ପ୍ରସ୍ତୁତ ପ୍ରତ୍ୟେକ ତରକାରୀରେ ଆଳୁ ବ୍ୟବହୃତ ହେବା ନିଶ୍ଚିତ । ଯେଉଁଥିପାଇଁ ଆଳୁକୁ ପନିପରିବାର ରାଜା କୁହାଯାଏ । ବିଶ୍ବର ପ୍ରାୟ ଦୁଇ ତୃତୀୟାଂଶ ଲୋକେ ମୁଖ୍ୟ ଭୋଜନରେ ଆଳୁ ଖାଇଥାନ୍ତି । ଘରୋଇ ଖାଦ୍ୟରେ ପାଖାପାଖି ୫୦ ପ୍ରତିଶତ ଆଳୁ ବ୍ୟବହାର କରାଯାଏ । ତେବେ ଆପଣ ଜାଣନ୍ତି କି, ସବୁଠୁ ପ୍ରିୟ ପରିବା ଆଳୁ ଶରୀର ପାଇଁ କେତେ ଉପକାରୀ ? ଏହାକୁ ଖାଇବା ଦ୍ବାରା କି କି ଲାଭ ହୋଇଥାଏ? ଆଳୁରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି, ଯେମିତିକି- ପୋଟାସିୟମ, କ୍ୟାଲେସିୟମ, ଭିଟାମିନ-ସି, ଆଇରନ, ଭିଟାମିନ-ବି୬ ଓ ମ୍ୟାଗ୍ନେସିୟମ । ତେବେ ଆଳୁର ସ୍ବାସ୍ଥ୍ୟ ଉପକାରୀ ଗୁଣକୁ ନେଇ ଅନେକ ଦ୍ବନ୍ଦ ରହିଛି ।

ଆଳୁର ସ୍ବାସ୍ଥ୍ୟ ଉପକାରିତା:
ଯେମିତିକି ଆମେ ଆଗରୁ କହିଛୁ, ଆଳୁରେ ଭିଟାମିନ, ମିନେରାଲ, ଫାଇବାର ରହିଛି । ଏହା ଭିଟାମିନ-ସିରେ ଭରପୂର, ଯାହାକି ଏକ ଆଣ୍ଟିଅକ୍ସିଡେଣ୍ଟ । ଶରୀରରେ ଭିଟାମିନ-ସି ଅଭାବରୁ ହେଉଥିବା ରୋଗକୁ ଏହା ରୋକେ । ଆଳୁରେ ଆଉ ଏକ ପ୍ରମୁଖ ନ୍ୟୁଟ୍ରିଏନ୍ସ ହେଲା ପୋଟାସିୟମ । ଏହା ଆମର ହୃଦୟ, ମାଂସପେଶୀ ଓ ସ୍ନାୟବିକ ପ୍ରଣାଳୀକୁ ସୁସ୍ଥ ରଖେ । ଆଳୁ ଚୋପାରେ ଫାଇବର ମିଳେ, ଏହା ଆମର ହଜମ ପ୍ରକ୍ରିୟା ଉନ୍ନତ କରେ । ବିଭିନ୍ନ ପ୍ରକାରର ଆଳୁ ରହିଛି । ବିଭିନ୍ନ ସ୍ଥାନରେ ଆଳୁର ରଙ୍ଗ, ଆକାର ଭିନ୍ନ ଭିନ୍ନ । ଆଳୁର ରଙ୍ଗ ଯେତିକି ଗଭୀର ତାହା ସେତିକି ଆଣ୍ଟିଅକ୍ସିଡେଣ୍ଟରେ ଭରପୂର । କନ୍ଦମୂଳରେ ପ୍ରଚୁର ଭିଟାମିନ-ଏ ମିଳେ । ଏହା ଆମର ଇମ୍ୟୁନିଟି ଓ ଚକ୍ଷୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ।

କାହିଁକି ଆଳୁ ଖାଇବା ଉଚିତ୍ ?
ଆଳୁ ଅନ୍ୟ ପନିପରିବା ତୁଳନାରେ ଶସ୍ତା ଓ ସବୁ ଋତୁରେ ବଜାରରେ ଉପଲବ୍ଧ ଥାଏ । ଏହାର ଅନେକ ସ୍ବାସ୍ଥ୍ୟ ଉପକାରିତା ଅଛି । ଆଳୁରେ ପ୍ରଚୁର ଏନର୍ଜି, ଫାଇବର, ଭିଟାମିନ ଓ ମିନେରାଲ ମିଳେ । ତେଣୁ ଭୋଜନରେ ଆଳୁ ଖାଇବାକୁ କୁହାଯାଏ । ଆଳୁକି ସିଝାଇ କିମ୍ବା ପୋଡିକି ଖାଇବା ଦ୍ବାରା ଅଧିକ ଲାଭ ମିଳିଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking