କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ଦ୍ୱାରା ପରିଚାଳିତ ଓଏସଏସଟିଇଟି ୨୦୨୪ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଗତ ଜାନୁଆରୀ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ବେଳେ ମୋଟ ୫୦ହଜାର ୫୮୮ଜଣ ପ୍ରାର୍ଥୀ ପରୀକ୍ଷା ନିମନ୍ତେ ଫର୍ମ ଫିଲପ କରିଥିଲେ । ସେଥିମଧ୍ୟରୁ ୪୮ହଜାର ୨ ଜଣ ପ୍ରାର୍ଥୀ ଗତ ଜାନୁଆରୀ ୧୭ ତାରିଖରେ ପରୀକ୍ଷା ଦେଇଥିଲୋ ବୋର୍ଡ଼ୱେବସାଇଟ (ଡବ୍ଲୁଡବ୍ଲୁଡବ୍ଲୁ.ବିଏସିଓଡ଼ିଶା.ଏସଇଇନ) ରେ ପରୀକ୍ଷା ଫଳ ଉପଲବ୍ଧ ରହିଛି । ଯୋଗ୍ୟ ପ୍ରାର୍ଥୀମାନେ ଉକ୍ତ ୱେବସାଇଟରୁ ସେମାନଙ୍କର ଡିଜିଟାଇଜ ସାର୍ଟିଫିକେଟ ଡାଉନଲୋଡ଼ କରିପାରିବେ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଏହା ମେ ମାସ ୨୮ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ । ସେହିପରି ଯେଉଁ ପ୍ରାର୍ଥୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନାହାନ୍ତି ସେମାନେ ସେହି ୱେବସାଇଟରୁ ସେମାନଙ୍କର ଓଏମଆର ଉତ୍ତର ସିଟ ଡାଉନଲୋଡ଼ କରିପାରିବେ । ଏହା ମେ ୭ ତାରିଖ ପର୍ଯ୍ୟନ୍ତ ବୋର୍ଡ଼ୱେବସାଇଟରେ ଉପଲବ୍ଧ ହେବ ।