ବ୍ୟୁରୋ : ପୁଣି ଧାରଣାରେ ହଜାର ହଜାର ଆରଆଇ , ଅମିନ ପରୀକ୍ଷାର୍ଥୀ । ଆରଆଇ , ଏଆରଆଇ, ଅମିନ, ଆଇସିଡିଏସ ପରୀକ୍ଷା ବାତିଲ କରି ପରୀକ୍ଷାରେ ସ୍ୱଛତା ଆଣି ପୁନଃ ପରୀକ୍ଷା ପାଇଁ ଦାବି କରିଛନ୍ତି ଆଶାୟୀ ପ୍ରାର୍ଥୀ । ଏନେଇ ଲୋଏର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ପରୀକ୍ଷାର୍ଥୀ । ସାଷ୍ଟାଙ୍ଗ ପ୍ରଣିପାତ କରି ରାଜ୍ୟ ସରକାରଙ୍କୁ ନିବେଦନ ଜଣାଇଛନ୍ତି । ତେବେ ପରୀକ୍ଷାର ଅନିୟମିତତା ପଛରେ କିଏ ସେନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ । ଏହି ପରିପ୍ରେକ୍ଷୀରେ, ଓଏସଏସଏସସିର ଅସ୍ତିତ୍ୱ କି ବସ୍ତୁତ୍ୱ ନାହିଁ କହିଛନ୍ତି ସୁରେଶ ପୂଜାରୀ । ଷ୍ଟାଫ ନଥିଲେ , ଆଉଟ ସୋର୍ସିଂ ସଂସ୍ଥା ଦ୍ୱାରା କାମ କରାଯାଉଥିଲା । ଆରଆଇ, ଅମିନ ପରୀକ୍ଷା ବିବାଦ ନେଇ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ସରକାର ପଦକ୍ଷେପ ନେବେ କହିଛନ୍ତି ମନ୍ତ୍ରୀ ।
https://www.youtube.com/watch?v=IJLbF2wrLbA