32.1 C
Bhubaneswar
Saturday, February 14, 2026
Homeଓଡିଶାଓଏସଆରୟୁ ଯାଜପୁର ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଏସଆରୟୁ ଯାଜପୁର ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର:ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡିଶା ସେଲସ ରିପ୍ରେଜେଣ୍ଟଟେଟିଭି ସଙ୍ଘ ର ୧୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଏସଆରୟୁର ଜିଲା ସଭାପତି ପ୍ରଭାତ ତ୍ରିପାଠୀ ଙ୍କ ସଭାପତିତ୍ଵରେ ରାଜ୍ୟ ସଙ୍ଘର ଉପସଭାପତି ମଳୟ ନିଶିଥ, ରାଜ୍ୟ ସଙ୍ଘର ସମ୍ପାଦକ ସତ୍ୟବ୍ରତ ମହାପାତ୍ର ଯୋଗ ଦେଇ ସରକାର ଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଗ୍ରାଚୁଇଟି ନିୟମ, ଅନଲାଇନ ମେଡ଼ିସିନ ର କୁପ୍ରଭାବ, ସରକାର ଙ୍କ ଦ୍ୱାରା ଦିଆଯାଉଥିବା ନିମ୍ନମାନ ର ମେଡ଼ିସିନ ର ସମସ୍ୟା ଉପରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସର ରେ ବରିଷ୍ଠ ଡାକ୍ତର ମଦନ ମୋହନ ସାମଲ, ଡାକ୍ତର ନିମାଇଁ ଚରଣ ନାୟକ, ଡାକ୍ତର କାର୍ତିକ ଚନ୍ଦ୍ର ରାଉତ, ଡା ବିଜୟ ଶତପଥି, ଡାକ୍ତର ବିଦ୍ୟାଧର ପାତ୍ରଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା। ପରିଶେଷରେ ପୂର୍ଵ କମିଟି କୁ ଭଙ୍ଗାଯାଇ ନୂତନ କମିଟି ସର୍ବ ସମ୍ମତି ରେ ପାରିତ ହୋଇଥିଲା। ପୁନର୍ବାର ସଭାପତି ରୂପେ ପ୍ରଭାତ ତ୍ରିପାଠୀ, ଉପସଭାପତି ରୋମାନ୍ସ ସାମଲ, ସମ୍ପାଦକ ସଂଗ୍ରାମ ସାମଲ, କୋଷଦକ୍ଷ ଚିତ୍ତ ରଞ୍ଜନ, କମିଟି ସଦସ୍ୟ ମାନଙ୍କୁ ନିର୍ବାଚିତ କରାଯାଇ ଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking