ସମ୍ବଲପୁର : ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ କୁମାର ମଙ୍ଗରାଜଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ବିଜୟ କୁମାରଙ୍କ ନାଁରେ ରହିଛି ଅପରିଯ୍ୟାପ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି । ତାଙ୍କ ନାଁରେ କେରଳରେ ରହିଛି ଦୁଇ ମହଲା କୋଠା । ଏହାସହ ଭୁବନେଶ୍ଵରରେ ମଧ୍ୟ ତାଙ୍କର ଦୁଇଟି ସ୍ଥାନରେ ରହିଛି ଦୁଇ ମହଲା ବିଶିଷ୍ଠ କୋଠା, ଦୁଇଟି ଦାମୀ ପ୍ଲଟ, ୧ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଜମାରାଶି, ୫୦୦ରୁ ଅଧିକ ଗ୍ରାମର ସୁନା ଅଳଙ୍କାର, ଦୁଇଟି ଦାମୀ କାର ମଧ୍ୟ ଜବତ କରିଛି ଭିଜିଲାନ୍ସ ।










