23.1 C
Bhubaneswar
Sunday, March 22, 2026
Homeଓଡିଶାଭିଜିଲାନ୍ସ ଜାଲରେ ଓଏସଆରଟିସି  ଚିଫ୍ ଆକାଉଣ୍ଟ ଅଫିସର

ଭିଜିଲାନ୍ସ ଜାଲରେ ଓଏସଆରଟିସି  ଚିଫ୍ ଆକାଉଣ୍ଟ ଅଫିସର

ଭୁବନେଶ୍ୱର:  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଆରଟିସି  ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ୱର ନନ୍ଦନ ବିହାର ସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ପଳାଶୁଣୀରେ ଥିବା ଦୁଇଟି ଦୁଇମହଲା କୋଠା,ବାରିପଦା ଷ୍ଟେସନ ରୋଡରେ ଥିବା ଘର, ଭୁବନେଶ୍ୱର ଓଏସଆରଟିସି  ଅଫିସ ଚ୍ୟାମ୍ବର, ଖାରବେଳ ଭବନରେ ଥିବା କାର୍ୟ୍ୟାଳୟ, ଭୁବନେଶ୍ୱର ଇଡକୋ ଟାୱାରରେ ଥିବା ଅଫିସରେ ଚଢ଼ାଉ କରାଯାଇଛି।  ବିଜୟ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking