ଭୁବନେଶ୍ୱର : ରାଜ୍ୟରେ ପୁନଃଗଠନ ହେବ ଓସଡମା । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓସଡମାରେ ୧୦୨ କର୍ମଚାରୀଙ୍କ ମଧ୍ୟରୁ ୧୦ଟି ପୋଷ୍ଟ ରଦ୍ଧ କରାଯାଇଛି । ତେବେ ୩୭ଟି ନୂଆ ପଦବୀ ସୃଷ୍ଟି ସହ ପୁନଃଗଠନ ପରେ କର୍ମଚାରୀଙ୍କ ସଂଖ୍ୟା ୧୨୯ ହେବ । ୪ଟି ବ୍ୟାପକ ବିଭାଗ ଯଥା: ସାଧାରଣ ବିଭାଗ, ଦକ୍ଷତା ବିକାଶ ବିଭାଗ, ପ୍ରକଳ୍ପ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଅର୍ଥ ବିଭାଗ ରହିବ ବୋଲି ଜଣାଯାଇଛି ।