ନୂଆଦିଲ୍ଲୀ : ଓସ୍କାର ପାଇଁ ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରାଙ୍କ ସିନେମା ଅନୁଜା ମନୋନୀତ । ଓସ୍କାର ୨୦୨୫ ପୁରସ୍କାର ପୁରସ୍କାର ଦୌଡରେ ଭାରତୀୟ ସିନେମାର ପ୍ରତିନିଧିତ୍ୱ ଅନୁଜା କରିବ । ମିଣ୍ଡି କାଲିଙ୍ଗ , ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ୱାରା ନିର୍ମିତ ଏହି ସିନେମାକୁ ସର୍ୱଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ଦିଗରେ ଚଳିତବର୍ଷର ଓସ୍କାର ପୁରସ୍କାର ପାଇଁ ମନୋନୟନ କରାଯାଇଛି । ୮୦ଟି ସିନେମା ମଧ୍ୟରେ ତୀବ୍ର ପ୍ରତିଯୋଗିତା ପରେ ୫ଟି ସିନେମା ଚୂଡ଼ାନ୍ତ ପର୍ୟ୍ୟାୟକୁ ମନୋନୟନ କରାଯାଇଛି। ଏମାନେ ଏବେ ଟ୍ରଫି ପାଇଁ ପ୍ରତିଯୋଗିତା କରିବେ । ଏହି ବର୍ଗରେ ଚୟନ ହୋଇଥିବା ଅନ୍ୟ ସିନେମାଗୁଡ଼ିକ ହେଲା ଆଲିଏନ, ଆଇ ଆମ୍ ନଟ୍ ଏ ରୋବଟ୍, ଦ ଲାଷ୍ଟ୍ ରେଞ୍ଜର ଏବଂ ଏ ମ୍ୟାନ୍ ହୁ ଉଡ୍ ନଟ୍ ରିମେନ୍ ସାଇଲେଣ୍ଟ୍ । ତେବେ ଓସ୍କାର ପାଇଁ ଗୁନୀତଙ୍କ ଏହା ତୃତୀୟ ମନୋନୟନ। ପୂର୍ବରୁ ତାଙ୍କର ଦ ଏଲିଫାଣ୍ଟ ହ୍ବିସପରର୍ସ ଏବଂ ପିରିୟଡ୍, ଦ ଏଣ୍ଡ୍ ଅଫ୍ ସେଣ୍ଟେନ୍ସ ଓସ୍କାର ପୁରସ୍କାର ପାଇ ଭାରତୀୟ ସିନେମା ପାଇଁ ଗର୍ବ ଆଣିଛି ।