31.1 C
Bhubaneswar
Monday, March 30, 2026
Homeଖେଳକୋଚ୍‌ଙ୍କଠାରୁ ଅଲଗା ହେଲେ ଓସାକା

କୋଚ୍‌ଙ୍କଠାରୁ ଅଲଗା ହେଲେ ଓସାକା

ଲସ୍ ଏଞ୍ଜେଲ୍ସ: ଜାପାନୀ ଟେନିସ୍ ଷ୍ଟାର୍ ନାଓମୀ ଓସାକା ନିଜ ବେଲ୍‌ଜିୟମ୍ କୋଚ୍ ୱିମ୍ ଫିସେଟେଙ୍କଠାରୁ ଅଲଗା ହୋଇଛନ୍ତି। ପୂର୍ବତନ ବିଶ୍ୱ ନଂ.୧ ଶୁକ୍ରବାର ଇନ୍‌ଷ୍ଟାଗ୍ରାମ୍‌ରେ ଏହା କହିଛନ୍ତି। ଏହି ପୋଷ୍ଟରେ ୱିମ୍‌ଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ଜଣେ ମହାନ୍ କୋଚ୍ ଏବଂ ବ୍ୟକ୍ତି ଭାବେ ଚିତ୍ରଣ କରିଛନ୍ତି। ଏହା ସହିତ ଓସାକା ତାଙ୍କୁ ଶୁଭକାମନା ଜଣାଇଛନ୍ତି। ଫିସେଟେ ୨୦୧୯ରୁ ୨୦୨୨ ଏବଂ ଓସାକାଙ୍କ କନ୍ୟା ଶାଇ ଜନ୍ମ ହେବାପରେ ୨୦୨୩ ଜୁଲାଇରୁ ଦୁଇଟି କାର୍ଯ୍ୟକାଳରେ ଓସାକାଙ୍କ ସହିତ ସାମିଲ ହୋଇଥିଲେ। ତାଙ୍କ ମାର୍ଗଦର୍ଶନରେ ଓସାକା ୨୦୨୦ ୟୁଏସ୍ ଓପନ୍ ଏବଂ ୨୦୨୧ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିଥିଲେ।

ଏହା ବ୍ୟତୀତ ୨୦୨୦ ସିନ୍‌ସିନାଟି ଓପନ୍ ଏବଂ ୨୦୨୨ ମିଆମି ଓପନ୍ ଫାଇନାଲ୍‌ରେ ମଧ୍ୟ ପହଞ୍ଚିଥିଲେ। ତେବେ ଚାରିଥରର ଗ୍ରାଣ୍ଡ୍ ସ୍ଲାମ୍ ଚାମ୍ପିଅନ୍ ଜାନୁଆରୀରେ ବ୍ରିସ୍‌ବେନ୍ ଡବ୍ଲ୍ୟୁଟିଏ ଟୁର୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିବା ପରେ ବିଜୟ ପାଇଁ ସଂଘର୍ଷ କରିଥିଲେ। ଗତମାସରେ ଜେଲେନା ଓସ୍ତାପେଙ୍କୋ ବିପକ୍ଷରେ ୟୁଏସ୍ ଓପନ୍ ପ୍ରଥମ ରାଉଣ୍ଡ୍ ବିଜୟ ଚାରିବର୍ଷ ମଧ୍ୟରେ କୌଣସି ଟପ୍‌-୧୦ ଖେଳାଳିଙ୍କ ବିପକ୍ଷରେ ପ୍ରଥମ ବିଜୟ ଥିଲା। ତେବେ ଦ୍ୱିତୀୟ ରାଉଣ୍ଡ୍‌ରେ ଓସାକା ୫୨ ର‌୍ୟାଙ୍କ୍‌ର କାରୋଲିନା ମୁଚୋଭାଙ୍କଠାରୁ ପରାଜିତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking