20.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶରୁଷର ବୈଜ୍ଞାନିକ ସମ୍ମିଳନୀରେ ଓଡ଼ିଆ ଝିଅ

ରୁଷର ବୈଜ୍ଞାନିକ ସମ୍ମିଳନୀରେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ହାତୀଙ୍କ ବିଷୟରେ ଜାଣିବା ପାଇଁ ବାପାଙ୍କ ସହ ହାତୀର ଗତିବିଧି ଓ ଉପଦ୍ରବ ସମୟରେ ଗାଁକୁ ଯାଇ ଏହା ଉପରେ ଗଣେଷଣା କରୁଥିଲେ ବାଲେଶ୍ୱର ଜିଲ୍ଲା ପୋଲିସ ଲାଇନ ପଢୁଆପଦା ର ଝିଅ ମେଧା ନାୟକ । ଆଉ ଏହି ଧାରା ଜାରି ରଖିବା ସହ ୨୦୧୩ରୁ ୨୦୧୫ରେ ଦିଲ୍ଲୀସ୍ଥିତ ଜେଏନୟୁରେ ସୋସିଆଲୋଜିରେ ପାସ୍‌ ଆଉଟ୍‌ ପରେ ହାତୀ ମଣିଷ ଲଢ଼େଇ ଓ ତା’ର ପ୍ରତିକାର ନେଇ ରିସର୍ଚ୍ଚ କରିବା ସହ ପାସ୍‌ ଆଉଟ ହୋଇଥିଲେ। ଏବେ ରାଉଲକେଲା ସ୍ଥିତ ନିଟରେ ହ୍ୟୁମାନିଟି ଓ ସୋସିଆଲ ସାଇନ୍ସ ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି। ନିକଟରେ ରୁଷିଆ ଠାରେ ବ୍ରାଜିଲ, ରୁଷ, ଇଣ୍ଡିଆ, ଚାଇନା, ଦକ୍ଷିଣ ଆଫ୍ରିକା ଭଳି ଦେଶ ତରଫରୁ ଆୟୋଜିତ ରୁଷ ସୋଚି ଟାଉନରେ ଗତ ନଭେମ୍ବର ୨୫ରୁ ୨୯ ତାରିଖରେ ଯୁବ ବୈଜ୍ଞାନିକ ସମ୍ମିଳନୀରେ ପ୍ରତିନିଧିତ୍ୱ କରି ବେଶ୍‌ ଅଞ୍ଚଳ ପାଇଁ ସୁନାମ ଆଣିଦେଇଛନ୍ତି । ଏଥିରେ ୧୦ଟି ଦେଶର ବୈଜ୍ଞାନିକ ଭାଗ ନେଇଥିଲେ । ଭାରତରୁ ୧୪ ଜଣଙ୍କ ଭିତରୁ ଓଡ଼ିଶାର ୨ଜଣ ମନୋନୀତ ହୋଇଥିବା ବେଳେ ମେଧା ଏଭଳି କାର୍ଯ୍ୟକ୍ରମରେ କେବଳ‌ ଯେ, ପ୍ରତିନିଧିତ୍ୱ କରିଛନ୍ତି ତାହା ନୁହେଁ, ସେଠାରେ ତାଙ୍କର ଦକ୍ଷତା ପ୍ରତିପାଦନ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking