ଭୁବନେଶ୍ୱର: ଓଆରଏସ ସଂଘ ଆନ୍ଦୋଳନରୁ ଓହରିଲା । ଜରୁରୀ ସେବାରେ ଯୋଗ ଦେବେ । ମନ୍ତ୍ରୀଙ୍କ ଅନୁରୋଧ କ୍ରମେ କାଯ୍ୟରେ ଯୋଗଦେବେ । ରଥଯାତ୍ରା ଓ ବନ୍ୟାଞ୍ଚଳରେ ଅଫିସରେ କାଯ୍ୟରେ ଯୋଗଦେବେ । ଓଏଏସ ସଂଘର ଦାବିକୁ ସମର୍ଥନ କରୁଛି ଓଆରଏସ ସଂଘ । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟମାରେ ଓଏଏସ ସଂଘ ଚେତାବନୀ ଦେଇଛନ୍ତି । ସଂଘର ବୈଠକରେ ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବାକୁ ପ୍ରସ୍ତାବ ପାରିତ ହୋଇଛି । ଆକ୍ରମଣ ବ୍ୟକ୍ତି ଉପରେ ନୁହେଁ, ସାଧାରଣ ସେବା ବ୍ୟବସ୍ଥା ଉପରେ ଲେଖିଲେ । ଫିଲ୍ଡରେ କାଯ୍ୟରତ ଅଫିସରଙ୍କୁ ପଯ୍ୟାପ୍ତ ସୁରକ୍ଷା ଦେବାକୁ ଦାବି କରିଛନ୍ତି । ସରକାର ତ୍ୱରିତ ପଦକ୍ଷେପ ନେବେ ବୋଲି ଆଶାବାଦୀ ଅଛନ୍ତି ଓଏଏସ ସଂଘ ।