33.1 C
Bhubaneswar
Tuesday, June 10, 2025
Homeଓଡିଶାଓର୍‌ମାସ୍‌ ଲୋକଙ୍କ ହୃଦୟରେ ଅଛି : ମନ୍ତ୍ରୀ ରବିନାରାୟଣ ନାଏକ

ଓର୍‌ମାସ୍‌ ଲୋକଙ୍କ ହୃଦୟରେ ଅଛି : ମନ୍ତ୍ରୀ ରବିନାରାୟଣ ନାଏକ

ଭୁବନେଶ୍ୱର: ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍‌ମାସ୍‌)ର ଦୁଇଦିନିଆ ସମୀକ୍ଷା ବୈଠକରେ ଯୋଗଦେଇ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଓର୍‌ମାସ୍‌ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ତାହାର ସଫଳତା ଓ ଦକ୍ଷତା ବୃଦ୍ଧି ଉପରେ ସବିସ୍ତୃତ ସମୀକ୍ଷା କରିଥିଲେ ।ଏହି ଦୁଇଦିନିଆ ସମୀକ୍ଷା ବୈଠକରେ ଦିଗଦର୍ଶନ ଦେଇ ମାନ୍ୟବର ମନ୍ତ୍ରୀ ବର୍ତ୍ତମାନର ପରିବର୍ତ୍ତିତ ସମୟ ଅନୁସାରେ ଓର୍‌ମାସ୍‌ର କାର୍ଯ୍ୟଧାରାକୁ ସ୍ଥିରୀକୃତ କରି ଆଧୁନିକ ସମୟ ସହ ତାଳଦେଇ ଲକ୍ଷ୍ୟ ଧାର୍ଯ୍ୟ କରିବା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବର୍ଷ ବର୍ଷ ଧରି, ଓର୍‌ମାସ୍‌ର ଉଦ୍ୟୋଗ ପ୍ରୋତ୍ସାହନ, ବଜାର ସଂଯୋଗ ଏବଂ କ୍ଷମତା ନିର୍ମାଣର ମିଶ୍ରଣ ମାଧ୍ୟମରେ ଜୀବିକାକୁ ସୁଦୃଢ଼ କରିବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି ବୋଲି କହିବା ସହ ଗ୍ରାମୀଣ ଉତ୍ପାଦକ ଏବଂ କାରିଗରମାନଙ୍କୁ ବର୍ଷସାରା ବଜାରରେ ପ୍ରବେଶ ସହିତ ସଶକ୍ତ କରି ସ୍ଥାୟୀ ଆୟର ରାସ୍ତା ସୃଷ୍ଟି କରିଛି ବୋଲି ମତପ୍ରକାଶ କରିଥିଲେ ।

ଓର୍‌ମାସ୍‌ର ପରବର୍ତ୍ତୀ ଲକ୍ଷ୍ୟ ବିଷୟରେ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ନବସୃଜନକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନତ ମାନର ସ୍ଥାନୀୟ ଉତ୍ପାଦ, ଅମଳ ପରବର୍ତ୍ତୀ ବର୍ଗୀକରଣ, ସେଗୁଡ଼ିକର ସଂରକ୍ଷଣ, ପ୍ୟାକେଜିଙ୍ଗ, ବିପଣନ ଆଦି ସମସ୍ତ ଦିଗ ଉପରେ ଆଲୋଚନା କରି ଏହି ପ୍ରତ୍ୟେକ ସ୍ତରରେ ବିପୁଳ ନିଯୁକ୍ତି ସୃଷ୍ଟି ସୁଯୋଗ ଉପରେ ଜୋର ଦେଇଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାର ପିଆଜ, ହଳଦୀ, ଲଙ୍କା, ମହୁଲ, ସପୁରି, ପଣସ, ଆଳୁ, ମକା ଆଦିରେ ଓଡ଼ିଶାକୁ ସ୍ୱୟଂସମ୍ପୂର୍ଣ୍ଣ କରିବା ସହ ପରବର୍ତ୍ତୀ ପ୍ରକ୍ରିୟାକରଣ କରି ବିପଣନ ପ୍ରକ୍ରିୟା ମାଧ୍ୟମରେ ଓଡ଼ିଶା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ଓର୍‌ମାସ୍‌ର ମୂଳଲକ୍ଷ୍ୟ ହେବା ଉଚିତ ବୋଲି ସେ ମତପୋଷଣ କରିଥିଲେ । ଏହା ସହ ସ୍ଥାନୀୟ ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କୁ କେନ୍ଦ୍ରରେ ରଖି ଓର୍‌ମାସ୍‌ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ କହିଥିଲେ ।ଏହି ସମୀକ୍ଷା ବୈଠକରେ ଓର୍‌ମାସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋଡ଼ ଓର୍‌ମାସ୍‌ର ବିଭିନ୍ନ କାର୍ଯ୍ୟ ଓ ପରବର୍ତ୍ତୀ ପଦକ୍ଷେପ ବିଷୟରେ ସୂଚିତ କରିଥିଲେ ।

ରାଜ୍ୟର ସମସ୍ତ ଜିଲ୍ଲାରୁ ଯୋଗଦେଇଥିବା ଓର୍‌ମାସ୍‌ର ଅଧିକାରୀମାନେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ଦ୍ୱାରା ଜିଲ୍ଲାସ୍ତରରେ ଓର୍‌ମାସ୍‌ର ବିଭିନ୍ନ ସଫଳତା ଓ ପରବର୍ତ୍ତୀ ପଦକ୍ଷେପ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେ । ଏହା ସହ ଓର୍‌ମାସ୍‌, ଓୟୁଏଟି ଏବଂ ଈଏTRଔର ମିଳିତ ଉଦ୍ୟମରେ ମହୁଲ ଫୁଲରୁ ପ୍ରସ୍ତୁତ ବିଭିନ୍ନ ବିସ୍କୁଟ ଓ ଚକୋଲେଟ ଆଦିର ଦ୍ରବ୍ୟଗୁଣ ବିଷୟରେ ସମୀକ୍ଷା ହୋଇଥିଲା । ଏହି ଭଳି ବିଭିନ୍ନ ସ୍ଥାନୀୟ ଦ୍ରବ୍ୟଗୁଡିକର ଉଚିତ ପ୍ରକ୍ରିୟାକରଣ ଓ ବିପଣନ ପାଇଁ ମାନ୍ୟବର ମନ୍ତ୍ରୀ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓର୍‌ମାସ୍‌ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସଂଜୀବ କୁମାର ସିଂ ଓ ଅନ୍ୟ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking