22.1 C
Bhubaneswar
Friday, December 5, 2025
Homeଓଡିଶାଭୂମିହୀନଙ୍କୁ ଘର ଦେବାକୁ ନିର୍ଦ୍ଦେଶ

ଭୂମିହୀନଙ୍କୁ ଘର ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଭୂମିହୀନଙ୍କୁ ଘର ଯୋଗାଇବାରେ ବିଳମ୍ବ । ଟିନ୍ତା ପ୍ରକଟ କଲେ ରାଜ୍ୟ ସରକାର । ଯୋଗ୍ୟ ଭୂମିହୀନ ପରିବାରକୁ ତୁରନ୍ତ ଘର ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନଙ୍କୁ ରାଜ୍ୟ ପଞ୍ଚାୟତିରାଜ ବିଭାଗର କଡା ନିର୍ଦ୍ଦେଶନାମା । ନିର୍ଦ୍ଦେଶଶନାମାରେ କୁହାଯାଇଛି ଯେ ଭୂମିହୀନଙ୍କୁ ପକ୍କା ଘର ଦେବାରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ । ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ପଞ୍ଚାୟତିରାଜ ବିଭାଗର ଚିଠି । ଚିଠିରେ ଲେଖାଯାଇଛି ଯେ ଭୂମିହୀନ ସମସ୍ୟାର ସସମାଧାନ ପାଇଁ ପ୍ରତିମାସର ପ୍ରଥମ ଶନିବାର ବୈଠକ ହେବ । ବିଡିଓ ଓ ତହସିଲଦାର ମିଳିତ ବୈଠକ କରିବାକୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଅନୁସାରେ, ପିଏମଏୱାଇ-ଜିରେ କେନ୍ଦ୍ରାପଡାରେ ୨୭୧ ଭୂମିହୀନଙ୍କୁ ଘର ମିଳିନାହିଁ । ୩୭ ଲକ୍ଷ ୮୯ ହଜାର ୨୩୪ ପରିବାର କଚ୍ଚା ଘରେ ରହୁଛନ୍ତି । ଏବେ ୨ ଲକ୍ଷ ୧ ହଜାର ୧୧ ପରିବାର ଭୂମିହୀନ ଅଟନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking