24.1 C
Bhubaneswar
Friday, February 13, 2026
Homeଓଡିଶା୨୪ ଘଣ୍ଟାରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

୨୪ ଘଣ୍ଟାରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଦ୍ୱିତୀୟ ଅଧିକାରୀଙ୍କୁ ତାଙ୍କ ସରକାରୀ ପଦବୀ ସହ ସଙ୍ଗତିପୂର୍ଣ୍ଣ ନଥିବା କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ବହିଷ୍କାର କରିଛି ଏବଂ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ଭାରତର ପାକିସ୍ତାନ ଓ ପାକିସ୍ତାନ-ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ଉଭୟ ଦେଶ ମଧ୍ୟରେ ସାମରିକ ମୁହାଁମୁହିଁ ଯୋଗୁଁ ଉତ୍ତେଜନା ବୃଦ୍ଧି ମଧ୍ୟରେ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ଏନେ ଏକ ବିବୃତିରେ କହିଛି ଯେ, ଭାରତ ସରକାର ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ, ଭାରତରେ ତାଙ୍କ ସରକାରୀ ପଦବୀ ସହ ସଙ୍ଗତିପୂର୍ଣ୍ଣ ନଥିବା କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ, ପର୍ସୋନା ନନ୍ ଗ୍ରାଟା ଘୋଷଣା କରିଛନ୍ତି। ଏହି ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ କୁହାଯାଇଛି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking