ଭୁବନେଶ୍ୱର: ବାରରେ ଡ୍ୟାନ୍ସ ନୁହେଁ ସଙ୍ଗୀତ ଅର୍କେଷ୍ଟ୍ରା ପରିବେଷଣ ହୋଇପାରିବ। ଏ ନେଇ ନୂଆ ନିୟମ ହୋଇଯାଇଛି କହିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବାର ମାଲିକ ଏନେଇ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ବାରରେ ଡ୍ୟାନ୍ସ ହେବନି ନ୍ୟାୟାଳୟଙ୍କୁ ମଧ୍ୟ ଅବଗତ କରାଯିବ । ଅଶ୍ଳୀଳତାକୁ ପ୍ରଶୟ ଦିଆଯିବନି , ସଙ୍ଗୀତ ଓ ଅର୍କେଷ୍ଟ୍ରା ପରିବେଷଣ ହେବ। ସାଧାରଣତଃ ବାରରେ ଡ୍ୟାନ୍ସ , ଆଲକୋହଲ ପାଇଁ ଓ ମନୋରଞ୍ଜନ ପାଇଁ ଆଜିର ଅଧାରୁ ଅଧିକ ଲୋକମାନେ ଓ ଯୁବପିଢ଼ି ମାନେ ଯାଉଥିବା ବେଳେ , ଆଜି ଡ୍ୟାନ୍ସ ବାର କୁ ନେଇ ଏକ ବଡ ଖବର ଆସିଛି ।