ଭୁବନେଶ୍ୱର: ତୁହାକୁ ତୁହା ଜାରି ରହିଛି ବର୍ଷା । କାଲିଠୁ ୩୦ ତାରିଖ ଭିତରେ ରାଜ୍ୟରେ ପ୍ରବଳ ବର୍ଷା ଆକଳନ କରାଯାଇଛି । ମୌସୁମୀ କେରଳ ଛୁଇଁବା ପରେ ରାଜ୍ୟର ଅନେକ ସ୍ଥାନରେ ଝିପିଝିପି ବର୍ଷା ସାଙ୍ଗକୁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗରମ ଗୁଳୁଗୁଳିରୁ ଲୋକଙ୍କୁ ମିଳିଛି ଟିକେ ଆଶ୍ୱସ୍ତି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ କୋରାପୁଟ, ରାୟଗଡା, ଗଜପତି , କଳାହାଣ୍ଡି ,କନ୍ଧମାଳ, ନୂଆପଡା , ଖୋର୍ଦ୍ଧା , ପୁରୀ, କଟକ, ଜଗତସିଂହପୁର, ଯାଜପୁର,ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ଭଳି ୧୬ ଜିଲ୍ଲାକୁ ଅରେଞ୍ଜ ଓ୍ବାଣ୍ଣିଂ ଜାରି କରାଯାଇଛି । ଅବଶିଷ୍ଟ ୧୪ ଜିଲ୍ଲାକୁ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ଓ୍ବାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।