26.1 C
Bhubaneswar
Thursday, January 15, 2026
Homeଓଡିଶାପ୍ରକାଶ ପାଇଲା ଓଏଏସ ରେଜଲ୍ଟ

ପ୍ରକାଶ ପାଇଲା ଓଏଏସ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଲା ୨୦୨୨ ମସିହାର ଓଏଏସ୍‌ ରେଜଲ୍ଟ। ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍‌ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍‌ ଟପ୍ପର ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚାମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ସମୁଦାୟ ୯୨୯୧୪ (୩୪୭୧୨-ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ଏହା ମଧ୍ୟରୁ ୪୦୫୮୬ (୧୪୮୫୨-ମହିଳା) ପ୍ରାର୍ଥୀ ତା ୧୫.୧୦, ୨୦୨୩ ରିଖରେ ଅନୁଷ୍ଠିତ ହୋଇଥିବା ପ୍ରାରମ୍ଭିକ ପରୀକ୍ଷା ଦେଇଥିଲେ । ୮୨୨୦ (୨୭୩୦-ମହିଳା) ଜଣ ପରୀକ୍ଷାର୍ଥୀ ଏହି ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଓଡିଶା ସିଭିଲ ସର୍ଭିସ (ମୁଖ୍ୟ) ପରୀକ୍ଷା, ୨୦୨୨ର ଲିଖ୍ତ ପରୀକ୍ଷା ତା ୨୫.୦୨.୨୦୨୪ ରିଖ ରୁ ତା ୦୩.୦୩.୨୦୨୪ ରିଖ ମଧ୍ଯରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ପରୀକ୍ଷାରେ ୬୬୩୯ (୨୩୩୭-ମହିଳା) ପରୀକ୍ଷାର୍ଥୀ । ଉପସ୍ଥିତ ଥିଲେ । ଏହା ମଧ୍ୟରୁ ୧୩୬୭ (୪୯୩-ମହିଳା) ପ୍ରାର୍ଥୀଙ୍କୁ ଦସ୍ତାବିଜ ଯାଞ୍ଚ ଏବଂ ସାକ୍ଷାତକାର ପରୀକ୍ଷା ପାଇଁ କଟକ ସ୍ଥିତ ଓଡିଶା ଲୋକସେବା ଆୟୋଗର କାର୍ଯ୍ୟାଳୟରେ ତା ୧୦.୦୯.୨୦୨୪ ରିଖ ରୁ ତା ୦୭.୧୦.୨୦୨୪ ରିଖ ଅବଧ୍ ମଧ୍ଯରେ ଡକାଯାଇଥିଲା ।

ଓଡିଶା ଲୋକସେବା ଆୟୋଗ ଓଡିଶା ସିଭିଲ ସର୍ଭିସ ପରୀକ୍ଷା, ୨୦୨୨ ପାଇଁ ୬୮୩ ସଂଖ୍ୟକ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ କରିଛନ୍ତି ଏବଂ ଶ୍ରୋତାଶ୍ରୀ ମହାପାତ୍ର ଏହି ଚୟନ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ଦଶଜଣ ପ୍ରାର୍ଥୀଙ୍କ ମଧ୍ୟରେ ୦୫ ଜଣ ମହିଳା ପ୍ରାର୍ଥୀନୀ ସ୍ଥାନିତ ହୋଇଛନ୍ତି । ଏହି ଚୟନ ତାଲିକାରେ ଅଣସଂରକ୍ଷିତ ବର୍ଗରେ ୩୮୭ (୧୪୨-ମହିଳା), ସାମାଜିକ ଓ ଶିକ୍ଷଗତ ପଛୁଆ ବର୍ଗରେ ୭୧ (୨୩-ମହିଳା), ଅନୁସୂଚିତ ଜାତି ବର୍ଗରେ ୮୯ (୩୬-ମହିଳା), ଅନୁସୂଚିତ ଜନଜାତି ବର୍ଗରେ ୧୩୬ (୫୭-ମହିଳା), ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ ୧୪, କ୍ରୀଡାବିତ ବର୍ଗରେ ୦୧ ଏବଂ ଶାରୀରିକ ଅକ୍ଷମ ବର୍ଗରେ ୨୩ (୦୫- ମହିଳା) ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଅଛି । ଚୟନ ତାଲିକାରେ ମୋଟ ୨୫୮ ମହିଳା ପ୍ରାର୍ଥୀନୀଙ୍କୁ ସୁପାରିଶ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking