ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଚାଲିପାରିଲାନି ବିଧାନସଭା । ସୋମବାର ୧୦ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ କଲେ ବାଚସ୍ପତି । ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନ ମଧ୍ୟ ଚର୍ଚ୍ଚାରେ ରହିଛି । ଗୁରୁବାରଠାରୁ ଆରମ୍ଭ ହୋଇଥିବା ଗୃହ ଆଜି ତୃତୀୟ ଥର ପାଇଁ ମୁଲତବୀ ରଖାଯାଇଛି । କୌଣସି ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା ଆରମ୍ଭ କରିଦେଉଛନ୍ତି । ବିଧାୟକମାନଙ୍କୁ ବାଚସ୍ପତି ଅନୁରୋଧ କଲେ ମଧ୍ୟ ସେମାନେ ମାନୁନାହାନ୍ତି । ଗୃହ ସ୍ୱାଭାବିକ ନହେବା ଯାଏଁ ଆଲୋଚନା ହୋଇପାରିବ ନାହିଁ । ଶେଷରେ ବାଚସ୍ପତି ସୁରମା ପାଢ଼ୀ ସୋମବାର ୧୦ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି।ଗୁରୁବାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ସାର ପ୍ରସଙ୍ଗରେ ବିଜେଡି ନେତାମାନେ ହୋହଲ୍ଲା କରିବାରୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ । ଅପରାହ୍ନ ୪ଟାରେ ଗୃହ ଯେତେବେଳେ ଆରମ୍ଭ ହେଲା ପୁଣି ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା କରିଥିଲେ । ଫଳରେ ଗୃହକୁ ବାଚସ୍ପତି ସୋମବାର ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।










