ଭୁବନେଶ୍ୱର : ଆଜି ବି ଚାଲିପାରିନି ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। କଂଗ୍ରେସ ଓ ବିଜେଡି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି। ଏବଂ ଏସସିବି ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯାହାକୁ ନେଇ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ବିରୋଧୀ ସମାନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଏବଂ ନାରାବାଜି କରୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ । ମଙ୍ଗଳବାର ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧ ପ୍ରଦର୍ଶନ କରିଥିଲେ ବିରୋଧୀ । ଗୃହ ମଧ୍ୟଭାଗକୁ ହୋହାଲ୍ଲା କରିଥିଲେ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଫଳରେ ଗୃହ ଚାଲି ପାରିନଥିଲା । ଏନେଇ ବାଚସ୍ପତି ଗୃହକୁ4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ପୂର୍ବରୁ 11 ଟା 30 ଯାଏ ମୁଲତବୀ କରାଯାଇଥିଲା । ଏଭଳି ମୁଲତବୀ ପରେ ବାଚସ୍ପତି ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ ତଥାପି ଫେଲ ମାରିଛି ବୈଠକ ।










