33.1 C
Bhubaneswar
Wednesday, March 18, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ସପ୍ତମ ଦିନ । ମୁଲତବୀ ପରେ ଗୃହରେ ବିରୋଧୀ ଆରମ୍ଭରୁ ହଟ୍ଟଗୋଳ କରିଥିଲେ । ଚାଲିପାରିଲାନି ପ୍ରଶ୍ନକାଳ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ବିରୋଧୀ ଏସସିବି ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହର ମଧ୍ୟଭାଗକୁ ଆସି ହାତରେ ପ୍ଲାକାର୍ଡ ଧରି, ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେବଳ ଏତିକି ନୁହେଁ, ରାମ ନାମ ସତ୍ୟ ହେ , ହରିନାମ ସତ୍ୟ ହେ ଏଭଳି ନାରାବାଜି କରି ପ୍ରତିବାଦ ଜାରି ରଖିଥିଲେ ଉଭୟ ବିରୋଧୀ ସଦସ୍ୟ । ହଟ୍ଟଗୋଳ ଭିତରେ ଯଦିଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା , ତଥାପି ବିରୋଧୀ ବିଶୃଙ୍ଖଳା କରି ହୋହଲ୍ଲା କରି ଗୃହକୁ ଅଚଳ କରିଦେଇଥିଲେ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀ ନିଜ ନିଜ ସ୍ଥାନକୁ ଯିବାକୁ ଅନୁରୋଧ କରି ପ୍ରଶ୍ନକାଳରେ ସହଯୋଗ କରିବା ପାଇଁ କହିବା ସତ୍ତ୍ୱେ ସେମାନେ କୌଣସି କଥାକୁ ଖାତିର କରିନଥିଲେ । ଆହୁରି ହଟ୍ଟଗୋଳ କରିଥିଲେ । ଏନେଇ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ସୂଚନାଥାଉକି, ସକାଳେ ମଧ୍ୟ ଗୃହରେ ଅଚଳାବସ୍ତା ଦେଖାଦେଇଥିଲେ ଯାହାକି ୧୧ଟା ୩୦ ଯାଏ ମୁଲତବୀ କରାଯାଇଥିଲା । ଗତକାଲି ମଧ୍ୟ ସମାନ ପ୍ରସଙ୍ଗରେ ବିରୋଧୀ ଗୃହକୁ ଚଳାଇ ଦେଇନଥିଲେ । ବାରମ୍ବାର ବାଚସ୍ପତି ଗୃହକୁ ମୁଲତବୀ କରିଚାଲୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking