ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ପଞ୍ଚମ ଦିନ । ବିରୋଧୀଙ୍କ ଲଗାତାର ହଟ୍ଟଗୋଳ । ଶୂନ୍ୟକାଳ ଆରମ୍ଭରୁ କଂଗ୍ରେସ ଓଓ ବିଜେଡିର ନାରାବାଜି । ଚାଲିପାରିଲାନି ଗୃହ । ଧୋଇ ହୋଇଗଲା ପ୍ରଶ୍ନକାଳ । ବିରୋଧୀଙ୍କ ହୋହଲ୍ଲାରେ ଧୋଇ ହୋଇଗଲା ପ୍ରଶ୍ନକାଳ । ଏନେଇ ୪ଟା ଯାଏଁ ଗୃହ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀ ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ଚାଷୀ ସମସ୍ୟା ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରତିବାଦ କରିଥିଲେ । ମୁଣ୍ଡରେ କଳାପଟି ବାନ୍ଧି ସମାନ ପ୍ରସଙ୍ଗରେ ପ୍ରତିବାଦ କରିଥିଲା କଂଗ୍ରେସ । ହଟ୍ଟଗୋଳ ହୋହଲ୍ଲା ମଧ୍ୟରେ ବି କିଛି ସମୟ ପାଇଁ ପ୍ରଶ୍ନୋତ୍ତର କାର୍ଯ୍ୟ ଚାଲିଥିଲା । ପରେ ଅତ୍ୟଧିକ ବିଶୃଙ୍ଖଳା ହେବାରୁ ଗୃହ କାର୍ଯ୍ୟ ଆଉ ଆଗକୁ ବଢିନଥିଲା । ବାଚସ୍ପତି ନିଜେ ବିରୋଧୀଙ୍କୁ ନିଜ ଜାଗାକୁ ଯିବା ପାଇଁ ଅନୁରୋଧ କରିଥଲେ ହେଁ, ଜାଗାକୁ ଯାଇନଥିଲେ । ହାତରେ ପ୍ଲାକାର୍ଡ, ପୋଷ୍ଟର ଧରି ଚାଷୀ ସମ୍ୟା, ମଣ୍ଡି ସମସ୍ୟା, କଟନୀ ଛଟନୀ ଏସବୁ କୁ ନେଇ ନାରାବାଜି କରିଥିଲେ ବିରୋଧୀ । ଫଳରେ ଗୃହ ଚାଲିନଥିଲା । ଏନେଇ ପୂର୍ବରୁ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ।










