28.1 C
Bhubaneswar
Tuesday, March 17, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୧୨ଟା ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୧୨ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଷଷ୍ଠ ଦିନ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ହଟ୍ଟଗୋଳ କରିଛନ୍ତିି । ହାତରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟ ନାରାବାଜି କରିଛନ୍ତି । ଗତକାଲି ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଯଦିଓ ହଟ୍ଟଗୋଳ ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖୁଥିଲେ । ତଥାପି ବିରୋଧୀ ବିଶୃଙ୍ଖଳା କରିଥିଲେ । ବାଚସ୍ପତି ନିଜେ ଛିଡା ହୋଇ ବିରୋଧୀଙ୍କୁ ପ୍ରଶ୍ନ କାର୍ଯ୍ୟରେ ସହଯୋଗ ପାଇଁ ହାତ ଲୋଡିଥିଲେ ବି ମାନିନଥିଲେ ବିରୋଧୀ । ଫଳରେ ଧୋଇ ହୋଇଯାଇଥିଲା ପ୍ରଶ୍ନକାଳ । ଏନେଇ ବାଚସ୍ପତି ସୁରମାପାଢୀ ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking