29.1 C
Bhubaneswar
Wednesday, March 18, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ସପ୍ତମ ଦିନ । ବିଧାନସଭା ଆରମ୍ଭରୁ ବିରୋଧୀ ଗୃହରେ ହଟ୍ଟଗୋଳ କରିଛନ୍ତି । ଚାଲିପାରିଲାନି ପ୍ରଶ୍ନକାଳ। ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଛନ୍ତି ।ବିରୋଧୀ ଏସସିବି ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହର ମଧ୍ୟଭାଗକୁ ଆସି ହାତରେ ପ୍ଲାକାର୍ଡ ଧରି, ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେବଳ ଏତିକି ନୁହେଁ, ରାମ ନାମ ସତ୍ୟ ହେ , ହରିନାମ ସତ୍ୟ ହେ ଏଭଳି ନାରାବାଜି କରି ପ୍ରତିବାଦ ଜାରି ରଖିଥିଲେ ଉଭୟ ବିରୋଧୀ ସଦସ୍ୟ। ହଟ୍ଟଗୋଳ ଭିତରେ ଯଦିଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା , ତଥାପି ବିରୋଧୀ ବିଶୃଙ୍ଖଳା କରି ହୋହଲ୍ଲା କରି ଗୃହକୁ ଅଚଳ କରିଦେଇଥିଲେ। ଫଳରେ ଧୋଇ ହୋଇଗଲା ପ୍ରଶ୍ନକାଳ। ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀ ନିଜ ନିଜ ସ୍ଥାନକୁ ଯିବାକୁ ଅନୁରୋଧ କରି ପ୍ରଶ୍ନକାଳରେ ସହଯୋଗ କରିବା ପାଇଁ କହିବା ସତ୍ତ୍ୱେ ସେମାନେ କୌଣସି କଥାକୁ ଖାତିର କରିନଥିଲେ । ଆହୁରି ହଟ୍ଟଗୋଳ କରିଥିଲେ। ଏନେଇ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ସୂଚନାଥାଉକି, ଗତକାଲି ମଧ୍ୟ ସମାନ ପ୍ରସଙ୍ଗରେ ବିରୋଧୀ ଗୃହକୁ ଚଳାଇ ଦେଇନଥିଲେ । ବାରମ୍ବାର ବାଚସ୍ପତି ଗୃହକୁ ମୁଲତବୀ କରିଚାଲୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking