32.1 C
Bhubaneswar
Thursday, March 12, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ । ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରିଲାନି ଗୃହ । ଧୋଇ ହୋଇଗଲା ପ୍ରଶ୍ନକାଳ । ଏନେଇ ବାଚସ୍ପତି ସୁରମାପାଢୀ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ କରିଛନ୍ତି । ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟ ମାନେ ହାତରେ ପ୍ଳାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହୋହାଲ୍ଲା କରି ନାରାବାଜି କରିଥିଲେ । ଅନ୍ୟପଟେ କଂଗ୍ରେସକୁ ମଧ୍ୟ ବିଜେଡି ସଦସ୍ୟ ସମର୍ଥନ କରି ନିଜ ଆସନରେ ରହି ପ୍ରତିବାଦ କରିଥିଲେ । ଏହାରି ଭିତରେ ଯଦିଓ କିଛି ସମୟ ପାଇଁ ପ୍ରଶ୍ନକାଳ ଚାଲିଥଲା, ତଥାପି ବିରୋଧୀ ନାରାବାଜି କରି ଗୃହକୁ ଚଳାଇ ଦେଇନଥିଲେ । ପରେ ବାଚସ୍ପତି ପ୍ରଶ୍ନକାଳକୁ ସହେଯାଗ କରିବା ପାଇଁ ଅନୁରୋଧ କରିବା ସତ୍ତ୍ୱେ ବିରୋଧୀ ମାନି ନଥିଲେ । ରାଜ୍ୟରେ ଗ୍ୟାସ ଦର ବୃଦ୍ଧି, ଏଲପିଜି ସମସ୍ୟା, ସିଲିଣ୍ଡର ପାଇଁ ଜନତାଙ୍କ ରାତିଠୁ ଲମ୍ବା ଲାଇନ ଏସବୁ ସମସ୍ୟା କୁ ଭିତ୍ତି କରି ବିରୋଧୀ ନାରାବାଜି କରି ସରକାରଙ୍କୁ ଘେରିଥିଲେ । ଫଳରେ ସ୍ୱାଭାବିକ ଭାବେ ଚାଲିପାରିନଥିଲା ଗୃହ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking