33.1 C
Bhubaneswar
Monday, March 30, 2026
Homeଓଡିଶାଏସସିବି ତାତି: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଏସସିବି ତାତି: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଗୃହରେ ଥମୁନି ଏସସିବି ତାତି । ଚାଲିପାରିଲାନି ପ୍ରଶ୍ନକାଳ । ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଏସସିବି ଅଗ୍ନିକାଣ୍ଡରେ ପ୍ରସଙ୍ଗ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି ବିରୋଧୀ । ଏନେଇ ବାଚସ୍ପତି ସୁରମା ପାଢୀ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ଉଭୟ କଂଗ୍ରେସ ଓ ବିଜେଡି ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହାତରେ ପ୍ଲାକାର୍ଡ ଧରି ବିକ୍ଷାଭ ପ୍ରଦର୍ଶନ କରିଛନ୍ତି । ହୋହାଲ୍ଲା ଭିତରେ ଯଦିଓ କିଛି ମିନିଟ ପାଇଁ ପ୍ରଶ୍ନକାଳ ଚାଲିଥିଲା, ତଥାପି ବିରୋଧୀଙ୍କ ବିଶୃଙ୍ଖଳାରେ ସେତିକି ମଧ୍ୟ ହୋଇପାରିଲା ନାହିଁ । ବାଚସ୍ପତି ବିରୋଧୀଙ୍କୁ ପ୍ରଶ୍ନକାଳରେ ସହଯୋଗ କରିବା ପାଇଁ ଅନୁରୋଧ କରିବା ସତ୍ତ୍ୱେ କାହାରି କଥା ଶୁଣି ନଥିଲେ । ନିଜ ଜିଦରେ ଅଟଳ ବିରୋଧୀ । ସ୍ୱସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ହୋହଲ୍ଲା ଭିତରେ ଚାଲିପାରିଲାନି ପ୍ରଶ୍ନକାଳ । ଏନେଇ ବାଚସ୍ପତି ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ, ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିବା ସହ ଏସସିବି ମେଡିକାଲ କଲେଜର ଆଇସିୟୁ ଟ୍ରମା ସେଣ୍ଟରରେ ଅଗ୍ନିକାଣ୍ଡରେ ଯେତେ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା, ସେମାନଙ୍କ ଏକାଦଶରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking