ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଚାଲିପାରୁନି ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାସିପାରୁନି ଗୃହ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ । ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି କରିଛନ୍ତି ବିରୋଧୀ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତିା ପୂର୍ବରୁ ମଧ୍ୟ ଗୃହ ଆରମ୍ଭରୁ ପ୍ରଶ୍ନକାଳ ହଟ୍ଟଗୋଳ ଭିତରେ ଚାଲିଥିଲା । ତଥାପି ବିରୋଧୀଙ୍କ ହୋହଲ୍ଲା ପାଇଁ ବାଚସ୍ପତି ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ।










